ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଦିବସ ପାଳିତ

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସହରର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଚଢେଇ ଦିବସ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ କୁଦିଆରି ରଙ୍ଗଣୀ ସାହି ନିକଟସ୍ଥ ପୁରୀଜିଲ୍ଲା ହରିରାଜପୁର ଅନ୍ତର୍ଗତ ବିକାଶ ପରିଷଦ ଶିଶୁ ମନ୍ଦିର ବିଦ୍ୟାଳୟରେ ଏହି ବିଲୁପ୍ତ ପ୍ରାୟ ପକ୍ଷୀର ସୁରକ୍ଷା ଓ ବଂଶବୃଦ୍ଧି ଉପରେ କୁଇଜ୍(ବକ୍ତୃତା)ପ୍ରତିଯୋଗିତା ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବର୍ଷିଆନ୍ ସମାଜସେବୀ ପ୍ରସନ୍ନ କୁମାର ମହାରଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଅକ୍ଷୟ କୁମାର ସାହୁ,ଶିକ୍ଷକ ଧରଣୀ ଧର ଖଟେଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ମଙ୍ଗରାଜ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ସନ୍ତୁଳନ ବିକ୍ଷିପ୍ତ ହୋଇ ଜୀବ ଜଗତ ଉପରେ ଏହାର କୁ’ପ୍ରଭାବ ପକାଉଛି l

ଯେ’ପରିକି ପ୍ରକୃତିର ଅନନ୍ୟ ସର୍ଜନା ଭିତରେ ନକାରାତ୍ମକ ଯୋଜନା ଓ ସର୍ବାଧିକ କ୍ଷତିକାରି ମୋବାଇଲ୍ ଟାୱାର ରୁ ନିର୍ଗତ ଅଦୃଶ୍ୟ ଧ୍ୱନି ଏହି ପକ୍ଷୀଟି ଉପରେ ବିଶେଷ ପ୍ରଭାବ ସ୍ରୁଷ୍ଟି କରିଛି l ଏପରିକି ପରିବେଶ ସନ୍ତୁଳନ ଦୋହଲି ଚାଳ ଛପର ଘର ଆଉ ନ ରହିବା ସହ କଙ୍କ୍ରିଟ୍ କୋଠା ବାଡ଼ି ନିର୍ମାଣ ହେବା ଫଳରେ ଏହି ଚଢେଇ ରହିବା ପାଇଁ ବାସସ୍ଥାନ ର ଅଭାବ ଯୋଗୁଁ ଏମାନଙ୍କର ବଂଶ ବୃଦ୍ଧିରେ ମୁଖ୍ୟ ବାଧକ ସୃଷ୍ଟି ହୋଇଛି ବୋଲି ମତ ବ୍ୟକ୍ତ କରିଥିଲେl

ଅନୁଷ୍ଠାନର ସମ୍ପାଦକ ସାମ୍ୱାଦିକ ଦେବପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗଠନ ସମ୍ପାଦକ ସଞ୍ଜୟ କୁମାର ବରିସଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଏହି ପରିପ୍ରେକ୍ଷୀରେ ଚତୁର୍ଥ,ପଞ୍ଚମ, ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ର,ଛାତ୍ରୀ ମାନଙ୍କୁ ନେଇ ଆୟୋଜିତ କୁଇଜ୍(ବକ୍ତୃତା)ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଉଦୟ ଭାସ୍କର ଖୁଣ୍ଟିଆ,ସୋନୁ ନାୟକ,ଓମ୍ ସ୍ଵାଇଁ, ଲକ୍ଷ୍ମୀପ୍ରିୟା ପାଟ୍ଟଶାଣୀ,

ଜାଗୃତି ମଲ୍ଲିକ, ବାସୁଦେବ ସ୍ଵାଇଁ,ବିଶ୍ଵ ପ୍ରତିଭା ଚମ୍ପତ୍ତି ଓ ଶ୍ରଦ୍ଧା ସୁମନ ସାମନ୍ତରାୟଙ୍କ ସମେତ ଶ୍ରେଷ୍ଠ ବକ୍ତୃତା ପରିବେଷଣ ପାଇଁ ପ୍ରୀତି ଲଗନାଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସହ ସଂଗଠନ ସମ୍ପାଦକ ଶରତ କୁମାର ରେଡ୍ଡୀ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ସ୍ମିତା ପଟ୍ଟନାୟକ, ସଶ୍ମିତା ବେହେରା, ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l