ଅଜଣା ଗାଡି ଧକ୍କା ରେ ଡ୍ରାଇଭର ମ୍ରୁତ୍ୟୁ

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା  :-> ୧୬ ନମ୍ବର ଜାତୀୟ ରାଜପଥ ଜଂକିଆ ଥାନା ଅଧିନ ବଘେଇ ଢାବା ସମ୍ମୁଖରେ ଏକ ଅଜଣା କାର୍ ଧକ୍କା ରେ ଜଣେ ଡ୍ରାଇଭର ର ମ୍ରୁତ୍ୟୁ ଘଟିଛି। ସୂଚନାଯୋଗ୍ୟ କି ଡ୍ରାଇଭର ଟି ବଘେଇ ଢାବା ସମ୍ମୁଖରୁ ପାଣି ନେଇ ବିପରୀତ ପଟକୁ ଯିବା ବେଳେ ଖୋର୍ଦ୍ଧା ପଟୁ ଦ୍ରୁତ ଗତି ରେ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ଡ୍ରାଇଭର ମ୍ରୁତ୍ୟୁ ଘଟିଥିବା ବେଳେ କାର୍ ଟି ଧକ୍କା ଦେଇ ଫେରାର ହେଇଯାଇଛି। ଜଂକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।