ରଣପୁର ରାଜନୀତି : କଂଗ୍ରେସ ଦୌଡୁଛି, ବିଜେପି ହସୁଛି – ନବୀନ ନିବାସରେ ବିଜେଡି ଆଣ୍ଠେଇଛି

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ୨୦୨୪ ମେ ମାସ ୨୫ ତାରିଖ ହେବ ସାଧାରଣ ନିର୍ବାଚନ ଉଷ୍ଣତା ହେଲାଣି ରଣପୁର ରାଜନୀତି । ୧୯୮୦ ମସିହା ରୁ କଂଗ୍ରେସ ର ଗଡଥିଲା ରଣପୁର । ୧୯୯୦ରୁ୯୫ ଜନତା ଦଳରୁ ଶରତମିଶ୍ର ବିଧାୟକ ଥିଲେ । କିନ୍ତୁ ୪ଦଶନ୍ଧି ଧରି କଂଗ୍ରେସ ବିଧାୟକ ରାମାକାନ୍ତ ମିଶ୍ର ନିଜ ଅକ୍ତିଆରେ ରଖିଥିଲେ । ଜନତାଦଳ ଧ୍ବଂସ ପରେ ସୃଷ୍ଟି ହେଲା ବିଜୁଜନତା ଦଳ ୨୦୦ମସିହା ଠାରୁ ୨୦୦୯ପର୍ଯ୍ୟନ୍ତ ବିଜେପି ସହିତ ମେଣ୍ଟ କରି ସଫଳତାର ସ୍ବାଦ ଚାଖିଛି ବିଜେପି ର ନେତ୍ରୀ ସୁରମା ପାଢୀ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ ।

ବହୁ କଂଗ୍ରେସ କର୍ମୀ ବିଜେପି,ବିଜେଡି ରେ ମିଶି ରଣପୁର ରାଜନୀତି ର ପାଲି ଓଲଟାଇ ଥିଲେ । ବର୍ତ୍ତମାନ ମେଣ୍ଟ ହେବ ଚର୍ଚ୍ଚାକୁ ନେଇ ଗାଁ ଗହଳିରେ କର୍ମୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବହୁ ବିଜେଡି କର୍ମୀ କଂଗ୍ରେସ କୁ ସମର୍ଥନ କରିବା ପାଇଁ ଖୋଲା ଖୋଲି କହିଲେଣି । ଯଦି ବିଜେପି ପ୍ରାର୍ଥୀ ସୁରମା ପାଢୀ ହୁଅନ୍ତି ତେବେ କଂଗ୍ରେସ ଫାଇଦା ନେବ ।

ବିଜେଡି ଆଶାୟୀ ପ୍ରାର୍ଥୀ :-

ବିଜେଡି ଦଳ ରେ ସର୍ବାଧିକ ଆଶାୟୀ ପ୍ରାଥୀ ସତ୍ୟ ନାରାଯଣ ପ୍ରଧାନ, ରବି ନାରାୟଣ ମହାପାତ୍ର, ପ୍ରତିଭା ମହାନ୍ତି, ତ୍ରିନାଥ ବିଶ୍ଵାଳ, ସ୍ବର୍ଣ ପ୍ରକାଶ ରାଉତରା, ଦେବାଶିଷ ପଟ୍ଟନାୟକ, ସିଦ୍ଧାର୍ଥ ପଣ୍ଡା

ବିଜେପି ଆଶାୟୀ ପ୍ରାର୍ଥୀ :-

ବିଜେପି ଟିକେଟ୍ ଆଶାୟୀ ପ୍ରାଥୀ ସୁରମା ପାଢୀ, ସନ୍ନ୍ୟାସୀ ପ୍ରଧାନ, ଜନାର୍ଦ୍ଦନ ଦଳବେହେରା

କଂଗ୍ରେସ ଆଶାୟୀ ପ୍ରାର୍ଥୀ :-

କଂଗ୍ରେସ ଟିକେଟ୍ ଆଶାୟୀ ହକ୍ ପାଇଁ ସତ୍ୟ ବ୍ରତନାୟକ ଥିବାବେଳେ ବିଭୁ ପ୍ରସାଦ ମିଶ୍ର ମଧ୍ୟ ଟିକେଟ୍ ଲବି କରୁଛନ୍ତି । 

ସମୟ କୁ ଅପେକ୍ଷା । ବର୍ତ୍ତମାନ ବିଜେପି ବିଜେଡି ଅନ୍ତଦ୍ବନ୍ଦ ଭିତରେ କଂଗ୍ରେସ ଦୌଡୁଛି । ନିର୍ବାଚନ ସମୟ ଆସିଲେ କଂଗ୍ରେସ ରେ ନୂଆ ନେତା ଆବିର୍ଭାବ ହୁଅନ୍ତି । ଜଣେ ସଂଗଠନ କରେ ,ଅନ୍ୟ ଜଣେ ଟିକେଟ୍ ପାଏ ଏ ହେଉଛି କଂଗ୍ରେସ ମୁଖିଆ ଙ୍କ ଢଙ୍ଗ। ଏ ଭଳି ପରିସ୍ଥିତି ରେ ବିଜେପି ହସୁଛି ବିଜେଡି ଆଣ୍ଠେଇଛି । କଂଗ୍ରେସ ଦୌଡୁଛି । ମେଣ୍ଟ ହେଲେ ରଣପୁର କଂଗ୍ରେସ କୁ ଭୋଟ ର ଭରସା .