ବିଜେପି ଦଳ ତ୍ୟାଗ କଲେ ଲାଲା ମନୋଜ ରାୟ ଓ ଇରାନୀ ରାୟ : ନୟାଗଡ଼ ବିଜେପିକୁ ବଡ଼ ଝଟକା

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟ, ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ରାଜ୍ଯ ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର , ନୟାଗଡ଼ ବିଜେପିକୁ ଗଢ଼ି ତୋଳିଥିବା ଲାଲା ମନୋଜ ରାୟ ଓ ଇରାନୀ ରାୟ ଆଜି ବିଜେପି ଦଳ ତ୍ୟାଗ କରିଛନ୍ତି । ଉଭୟ ପତି ପତ୍ନୀ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚିଠି ଲେଖିଛନ୍ତି ।

ନୟାଗଡ଼ ଜିଲ୍ଲା ପୂର୍ବତନ ବିଜେପି ରାଜ୍ୟ ସଭାପତି ଲାଲା ମନୋଜ ରାୟ ବିଜେପି ଛାଡ଼ିଲା ପରେ ନୟାଗଡ଼ ରାଜନିତୀରେ ବିଜେପି ନେତା ଓ କର୍ମୀଙ୍କ ଅଣ୍ଟା ଭାଙ୍ଗି ପଡିଛି । ଲାଲା ମନୋଜ ରାୟ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ରହିଥିବା ବେଳେ ସେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ।

ଏହା ସତ୍ୱେ ବିଜେପି ରାଜ୍ୟ ସଭାପତି ସେମାନଙ୍କୁ ଅଣଦେଖା କରିବାରୁ ଉଭୟ ଲାଲା ମନୋଜ ରାୟ ଓ ଇରାନୀ ରାୟ ବିଜେପିର ସାଧାରଣ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି । ଉଭୟ ଲାଲା ମନୋଜ ଏବଂ ଇରାନୀଙ୍କର ଜିଲ୍ଲା ରାଜନୀତିରେ ବେଶ ପ୍ରଭାବ ରହିଥିବା ବେଳେ ନୟାଗଡ ବିଧାନସଭା ଆସନରୁ ଉଭୟେ ଯଥାକ୍ରମେ ୨୦୧୪ ଏବଂ ୨୦୧୯ରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ।