ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ – ବାଜିଲା ନିର୍ବାଚନ ବିଗୁଲ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଆରମ୍ଭ ହେଲା କାଉଣ୍ଟ ଡାଉନ। ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅପରାହ୍ନ ୩.୩୦ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନିର୍ବାଚନ ତାରିଖ ବିଷୟରେ ଘୋଷଣା କରିଛନ୍ତି । ଏଥି ସହିତ ରାଜନୈତିକ ଦଳ ଗୁଡିକ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ପାଳନ କରିବା ଉପରେ ଆୟୋଗ ଜୋର ଦେଇଛନ୍ତି

ଦେଶରେ ମୋଟ ୭ଟି ପର୍ୟ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ୟ୍ୟାୟ ଭୋଟ୍ ଗ୍ରହଣ । ତେବେ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଚାରକୁ ନେଇ ଗାଇଡଲାଇନ କଥା କହିଥିଲେ । ତେବେ ଜାଣି ରଖନ୍ତୁ ପ୍ରଚାର ବେଳେ କେଉଁ କେଉଁ ଗାଇଡଲାଇନ ମାନିବେ ପ୍ରାର୍ଥୀ ।

୧-ଘୃଣା ସୃଷ୍ଟି କରୁଥିବା ଭାଷଣ ଉପରେ ଲାଗିବ ଅଙ୍କୁଶ
୨-ଅପରାଧିକ ପୃଷ୍ଠଭୂମି ଥିଲେ ଖବର କାଗଜ ଓ ଟିଭିରେ ୩ଥର ବିଜ୍ଞାପନ ଦେବାକୁ ବାଧ୍ୟ
୩-ଟଙ୍କା ବାଣ୍ଟିବା ଉପରେ କଡା ନଜର ରହିବ
୪-ପ୍ରତ୍ୟେ ଜିଲ୍ଲାରେ ରହିବ କଣ୍ଟ୍ରୋଲ ରୁମ୍
୫-ଟିଭି ଓ ସୋସିଆମମିଡିଆ ଉପରେ ନଜର ରଖାଯିବ
୬-ଜଣଙ୍କ ଭୋଟର ଅନ୍ୟ ଜଣେ ଦେଇପାରିବେ
୭-ମାଗଣା ବଣ୍ଟନ ଉପରେ ଅଙ୍କୁଶ ଲାଗିବ
୮-ମିଛ ଖବର ପ୍ରଚାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
୯-ବିମାନ ବନ୍ଦର ଉପରେ ମଧ୍ୟ ରହିବ ନଜର
୧୦-ପ୍ରସଙ୍ଗ ଭିତ୍ତିରେ ହେବ ନିର୍ବାଚନ ପ୍ରଚାର
୧୧-ଘୃଣା ସୃଷ୍ଟି କରୁଥିବା ଭାଷଣ ଉପରେ ଲାଗିବ ଅଙ୍କୁଶ
୧୨-ବିଜ୍ଞାପନ ଖବର ଆକାରରେ ପ୍ରସାରଣ କରିପାରିବେ ନାହିଁ
୧୩-ପିଲାମାନଙ୍କୁ ପ୍ରଚାରରେ ବ୍ୟବହାର କରିପାରିବେ ନାହିଁ

ନିର୍ବାଚନ ଆୟୋଗ ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ଲୋକ ସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ସାତୋଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ତାଙ୍କ ଟିମ୍ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛି । ଏଥର ସର୍ବମୋଟ ୯୭ କୋଟି ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ କୋଟି ଭୋଟର ପୁରୁଷ ହେଇଥିବାବେଳେ, ୪୭ କୋଟି ଭୋଟର ମହିଳା ଅଟନ୍ତି । ଏଥର ନିର୍ବାଚନ ପାଇଁ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ ।

ଏଥର ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ । ମେ’୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ମେ’୨୦ରେ ବରଗଡ,ସୁନ୍ଦରଗଡ,ବଲାଙ୍ଗୀର, କନ୍ଧମାଳ, ଆସିକା, ମେ’ ୨୫ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର, ଜୁନ୍‌‌୧ରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁରରେ ଭୋଟ୍‌‌ ଗ୍ରହଣ ହେବ ।