ବୈରୀ ଜଙ୍ଗଲ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ର ଚୋରା କାଠ ଜବତ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ  :-> କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ବନ ବିଭାଗ ପକ୍ଷରୁ ଶନିବାର ଅପରାହ୍ନ ୪ଟା ସମୟରେ ବିପୁଳ ପରିମାଣର ଚୋରା ଶାଗୁଆନ ଓ ଗମ୍ଭାରି କାଠ ଜବତ କରିବା ସହିତ ତିନି ଜଣ ଙ୍କୁ ଅଟକ ରଖା ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ବୈରୀ ଥାନା ଅନ୍ତର୍ଗତ ଚାରି ଗୋଛିଆ ଗ୍ରାମ ନିକଟ ଜଙ୍ଗଲରୁ କାଠ କଟାଯାଉଥିବା କୌଣସି ସୂତ୍ର ରୁ ଖବର ପାଇ କଟକ D. F. O ପି. ଅର୍ଥନାରୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବୈରୀ ରେଞ୍ଜର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରେଞ୍ଜର ହିମାଂଶୁ ଶେଖର ପୃଷ୍ଟି, ଫରେଷ୍ଟର ମାଣିକ ମୁଣ୍ଡା,

ଫରେଷ୍ଟ ଗାର୍ଡ ଅଶ୍ଵିନି ସାହୁ, ସରୋଜ ମଲିକ, ରଞ୍ଜନ ପଣ୍ଡା ଓ ସ୍କ୍ୱାର୍ଡ ଟିମ୍ ମିଳିତ ଭାବେ ଉକ୍ତ ଗ୍ରାମରେ ଚଢାଉ କରିଥିଲେ। ଏହି ସମୟରେ କାଠ କାଟୁଥିବା ବଡଚଣା ଥାନା ଅନ୍ତର୍ଗତ ସିହା ଗ୍ରାମ ର ଲକ୍ଷ୍ମୀଧର ସାହୁ, ବୈରୀ ଥାନା ଅନ୍ତର୍ଗତ ବନ୍ଧପଲ୍ଲୀ ଗ୍ରାମ ର ପର୍ଶୁରାମ ସାମଲ, ଓ ଚନ୍ଦ୍ର ମୋହନ ଗଇପଇ ଙ୍କୁ ଧରିବା ସହିତ ବେଆଇନ ଭାବେ କାଟିଥିବା ୫୦ ଶିଫ୍ଟ କାଠକୁ ଜବତ କରି ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। (ବଡଚଣାରୁ ଜୟକାନ୍ତ ରାଉତଙ୍କ ରିପୋର୍ଟ)