ଛତିଆ ଠାରେ ରାଜ୍ୟସ୍ତରୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଉଦଘାଟିତ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆଙ୍କର :->  ଛତିଆ ଠାରେ ରାଜ୍ୟସ୍ତରୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଆସନ୍ତା ୨୧ ତାରିଖରେ ଆରମ୍ଭ ହେବ ପ୍ରସିଦ୍ଧ ଛତିଆ ରାଜଦୋଲ ମେଲନ. ଏଥି ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଚୁଆ ପଡିଆରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି. ଏହା ପୂର୍ବରୁ ଶନିବାର ଦିନ ୩ଟା ସମୟରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଯାଜପୁର ଜିଲ୍ଲା ତରଫରୁ ହସ୍ତଶିଳ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି.

ଏହି ପ୍ରଦର୍ଶନୀକୁ ଅନୁଷ୍ଠାନୀକ ଭାବେ ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ବିଭାଗର ପ୍ରକାଶ ଚନ୍ଦ୍ର ମହାନ୍ତି ବରିଷ୍ଠ ସଦସ୍ୟ କପିଳେଶ୍ଵର ପୃଷ୍ଟି ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟନ କରିଥିଲେ. ଉଦଘାଟନ ଉତ୍ସବରେ ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ରାଜ୍ୟ ହସ୍ତତନ୍ତ, ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ସଦସ୍ୟ ଲକ୍ଷ୍ମିଧର ଚାନ୍ଦ,

ଜାତୀୟ ହସ୍ତଶିଳ୍ପ ପୁରଷ୍କାର ପ୍ରାପ୍ତ ମହେଶ୍ୱର ଓଝା, ଛତିଆ ସରପଞ୍ଚ ରମେଶ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ. ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୮୦ଟି ଷ୍ଟଲ ଖୋଲାଯାଇଛି. ୧୪ଟି ଜିଲ୍ଲାର ୧୨୦ ଜଣ କାରିଗର ସେମାନଙ୍କ ସାମଗ୍ରି ପ୍ରଦର୍ଶନ କରିବା ସହିତ। ସେମାନଙ୍କ ସାମଗ୍ରି ବିକ୍ରି କରିବା ପାଇଁ ଅସିଛନ୍ତି। (ବଡଚଣାରୁ ଜୟକାନ୍ତ ରାଉତଙ୍କ ରିପୋର୍ଟ)