ଭୁବନବାସୀ ଙ୍କୁ ନିର୍ବାଚନ ଭେଟି…!!

ନଗର ପାଳ ଙ୍କ ଦ୍ଵାରା ସାଢେ଼ ୫ କୋଟି ଟଙ୍କା ବ୍ୟୟରେ ୧୦୮ ନୂତନ ପ୍ରକଳ୍ପର ଶିଳାନ୍ୟାସ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନ :-> ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିକାଶ ପାଇଁ ସାଢେ଼ ୫ କୋଟି ୬୩ ଲକ୍ଷ୍ୟ ଟଙ୍କାର ବିଭିନ୍ନ ପ୍ରକଳ୍ପ ର ମାରାଥନ ଶିଳାନ୍ୟାସ କରାଯାଇଛି ।୧୫ ଟି ଓ୍ବାଡରେ ସକାଳୁ ସଂନ୍ଧ୍ୟା ଯାଏ ୧୦୮ ଟି ନୂତନ ପ୍ରକଳ୍ପର ମାରାଥନ୍ ଶିଳାନ୍ୟାସ କରିଛନ୍ତି ଯୁବ ନଗରପାଳ ଶୁଭେନ୍ଦୁ କୁମାର ସାହୁ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ରହିଛି ବିଧାୟକ ହାତ ପାଣ୍ଠିରୁ ୩୮ ଗୋଟି ପ୍ରକଳ୍ପ ପାଇଁ ୪୯ ଲକ୍ଷ ଟଙ୍କା,

ସାଂସଦ ହାତ ପାଣ୍ଠିରୁ ୫ ଗୋଟି ପ୍ରକଳ୍ପ ପାଇଁ ୨୩ ଲକ୍ଷ ଟଙ୍କା, ଜିଲ୍ଲା ଖଣିଜ ପାଣ୍ଠିରୁ ୨୫ ଗୋଟି ପ୍ରକଳ୍ପ ପାଇଁ ୬୯ ଲକ୍ଷ ଟଙ୍କା, ମିଶନ ଶକ୍ତି ମାଧ୍ୟମରେ ୧୦ ଗୋଟି ପ୍ରକଳ୍ପ ପାଇଁ ୭୦ ଲକ୍ଷ ଟଙ୍କା ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୨୫ ଗୋଟି ପ୍ରକଳ୍ପ ପାଇଁ ୩ କୋଟି ୫୨ ଲକ୍ଷ ୭୦ ହଜାର ଟଙ୍କା ଯୋଜନାରେ ଟଙ୍କାରେ ୧୦୮ ଗୋଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି।

ପ୍ରତି ଓ୍ବାଡରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସୂଚାରୁ ରୂପେ ସମାପନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସହଯୋଗ କାମନା କରିଛନ୍ତି। ଏହି ଅବସରରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଉପ ନଗରପାଳିକା ମାନିନୀ ସାହୁ,ସମସ୍ତ କାଉନସିଲରଙ୍କ ସମେତ ଏନ୍ ଏ ସି ବିଜୁ ଜନତାଦଳ ସଭାପତି ନରେନ୍ଦ୍ର ସାହୁ, ଶିବରାମ ବେହେରା, ବିନୋଦ ବେହେରା, ଦେବେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଭୁବନରେ ଦୃତ ଗତିରେ ବିକାଶ ହେଉଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।