ଦି ବେଲ୍ ତରଫରୁ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ

ମହିଳା ସପ୍ତାହ ପାଳନ ଅନ୍ତେ ୫୦ ୟୁନିଟ ରକ୍ତ ଦାନ କଲେ ମହିଳା ସ୍ଵେଚ୍ଛା ସେବି ଅଙ୍ଗ ଓ ଶରୀର ଦାନ କଲେ ୧୫ ଜଣ

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପୁରୀ :-> ରକ୍ତ ହୀନତା ,କୁପୋଷଣ ତଥା ଗର୍ଭ ଧାରଣା ସମୟରେ ମହିଳା ମାନଙ୍କ ରକ୍ତର ଆବଶ୍ୟକତା ଅଧିକ ଥାଏ କିନ୍ତୁ ରକ୍ତ ଦାନ କ୍ଷେତ୍ରରେ ମହିଳା ମାନଙ୍କ ଭାଗିଦାରିତା କମ ଥାଏ ।ତେଣୁ ରକ୍ତ ଦାନ କ୍ଷେତ୍ରରେ ମହିଳା ମାନଙ୍କୁ ସଚେତନ କରାଇବା ଓ ରକ୍ତ ଦାନ କ୍ଷେତ୍ର ରେ ସେମାନଙ୍କ ଭାଗିଦାରିତା ବଢ଼ାଇବା ପାଇଁ ପୁରୀ ଜିଲ୍ଲା ସ୍ଵେଚ୍ଛା ସେବି ସଂଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ମହିଳା ସପ୍ତାହ ପାଳନ ଅନ୍ତେ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଇନର ହୁଇଲ କ୍ଲବ ଶ୍ରୀକ୍ଷେତ୍ର ସହଯୋଗିତାରେ ଚକ୍ରତୀର୍ଥ ରୋଡ ସ୍ଥିତ ଷ୍ଟେଟବ୍ୟାଙ୍କ ହଳିଡେ ହୋମ ଠାରେ ଆୟୋଜିତ ଏହି ରକ୍ତ ଦାନ ଶିବିର କୁ ପୁରୀ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ।ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ସୌରଭ ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟରେ ନିଜର ସହଭାଗିତା ରଖିଚି ବୋଲି ଏହି ଅବସରରେ କହିଥିଲେ।ଅନ୍ୟତମ ଅତିଥି ଭାବରେ ଯୁବ ସେବାୟତ ହରେକୃଷ୍ଣ ସିଂହାରୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ଶତପଥୀ ପ୍ରଭୃତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଗୁରୁବାର ଓ ସଂକ୍ରାନ୍ତି ରେ ଆୟୋଜିତ ହେବା ସତ୍ତ୍ୱେ ମହିଳା ମାନଙ୍କ ଅଂଶଗ୍ରହଣ ଏଥିରେ ଅଧିକ ଥିଲା।ସର୍ବମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ଅବସରରେ ଅଙ୍ଗ ଶରୀର ଦାନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଇଥିଲା !୧୫ ଜଣ ଅଙ୍ଗ ଓ ଶରୀର ଦାନ କରିଥିଲେ।ଦି ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ,ଇନିର ହୁଇଲ କ୍ଲବ ଶ୍ରୀକ୍ଷେତ୍ର ର ସମ୍ପାଦିକା ରାଜଲକ୍ଷ୍ମୀ ଦାସ ସମସ୍ତ ରକ୍ତ ଦାତା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଶରୀର ଓ ଅଙ୍ଗଦାନ କରିଥିବା ମହିଳା ମାନଙ୍କୁ ଅନୁଷ୍ଠାନ ତରଫରୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସୁକାନ୍ତ ପଣ୍ଡା,ରାଜ କିଶୋର ପାତ୍ର,ବ୍ରଜ କିଶୋର ସାହୁ,ବନିତା ଦୀକ୍ଷିତ,ପାର୍ବତୀ ରାଭା ,ପ୍ରୀତି ପ୍ରିୟଦର୍ଶିନୀ ସ୍ୱାଇ,ଅର୍ପିତା ନାୟକ,ବିଭୂତି ସାହୁ,ଦୀପା ସାହୁ,ସୁନିଲ ସ୍ୱାଇଁ,ରାହୁଲ ପଢ଼ିଆରି, ମିନତି ନାୟକ ପ୍ରଭୃତି ପରିଚାଳନା କରିଥିଲେ।