ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ସବୁଠାରୁ ଲମ୍ବା ଫ୍ଲାଏ-ଓଭର ଶୁଭ ଲୋକାର୍ପଣ କଲେ

କେନ୍ଦୁଝର ଯୋଡାରେ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର

ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ,
ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ- ମୁଖ୍ୟମନ୍ତ୍ରୀ

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :- ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ପୌରାଞ୍ଚଳରେ ନୂତନ ଭାବରେ ନିର୍ମିତ ହୋଇଥିବା ବହୁପ୍ରତିକ୍ଷୀତ ଓଡିଶାର ସବୁଠାରୁ ଲମ୍ବା ଫ୍ଲାଏଓଭରର  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭ ଲୋକାର୍ପଣ ହୋଇଯାଇଛି । ଆଜି ଯୋଡାବାସୀଙ୍କ ମୁଖରେ ଖୁସୀର ଲହରୀ ଖେଳିଯାଇଛି କାରଣ ବହୁ ଦିନର ସ୍ବପ୍ନ ଥିଲା ଯୋଡା ଫ୍ଲାଏଓଭର କେବେ ସଂପୂର୍ଣ୍ଣ ହେବ, ତାହା ଆଜି ପୂରଣ ହୋଇପାରିଛି.

 ମୁଖ୍ୟମନ୍ତ୍ରୀ ଏବଂ 5T ଓ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ଫ୍ଲାଏଓଭର ହେବା ଫଳରେ ଟ୍ରାଫିକ ସମସ୍ୟା ଦୂର ହେବା ସହିତ ବହୁମାତ୍ରାରେ ପ୍ରଦୂଷଣ କମିଯିବ ବୋଲି ସ୍ଥାନୀୟ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ 5T ଉପକ୍ରମରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଓଡିଶାର ଏକ ପ୍ରମୁଖ ପୀଠ ହେଉଛି ହରିଶଙ୍କର ।

Integrated Development of Heritage and Monuments and Tourist destination ଯୋଜନାରେ ହୋଇଥିବା ଏହି ପୀଠର ରୂପାନ୍ତରଣ କାର୍ଯ୍ୟ ଏଠାକୁ ଆସୁଥିବା ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହେବା ସହ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

କେନ୍ଦୁଝରର ଯୋଡାଠାରେ ରାଜ୍ୟର ସବୁଠାରୁ ବଡ ଫ୍ଲାଏ ଓଭର, ଜଟଣିଠାରେ ରେଳ ଓଭରବ୍ରିଜ, ତେଲ ନଦୀ ଉପରେ ହାଇ ଲେଭଲ ସେତୁ, ମର୍ଯ୍ୟାକୁଦ ରାସ୍ତା ହାଇ ଲେଭଲ ସେତୁ ଏବଂ ଆଠମଲ୍ଲିକ-ଧଳପୁର ରାସ୍ତାରେ ସବୁଠାରୁ ବଡ ସେତୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ

ଯେ ଏହିସବୁ ପ୍ରକଳ୍ପ ଆମର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରିବା ସହିତ ଯାତ୍ରା ସମୟକୁ ମଧ୍ୟ ହ୍ରାସ କରିବ। ଏହି ସବୁ ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକାର ପାଇବେ। ଯୋଗାଯୋଗ ହେଉଛି ସମୃଦ୍ଧିର ଆଧାର ବୋଲି କହି 5T ଉପକ୍ରମରେ ଆଜି ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆସିଛି ଏବଂ ଏହା ବିକାଶର ମାର୍ଗକୁ ପ୍ରଶସ୍ତ କରିଛି ବୋଲି କହିଥିଲେ।

ବିକାଶର ଏହି ଯାତ୍ରାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଆମକୁ ଶକ୍ତି ଦେଉଛି ବୋଲି କହି ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ଏହି ସହଯୋଗ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଥିଲେ ଯେ କମ୍ ସମୟ ମଧ୍ୟରେ ବାବା ହରିଶଙ୍କରଙ୍କ ପୀଠ ରୂପାନ୍ତରଣ କାର୍ଯ୍ୟ ସମସ୍ତଙ୍କ ସହଯୋଗରେ ସୁନ୍ଦର ଭାବରେ ସମ୍ପୂର୍ଣ୍ଣ ହୋଇଛି ।

ଯୋଡାଠାରେ ଓଡିଶାର ଦୀର୍ଘତମ ଫ୍ଲାଏ ଓଭର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ ଏବଂ ନେମାଳବାସୀଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଅନୁରୋଧ ରକ୍ଷା କରିଛନ୍ତି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ପୀଠର ଉନ୍ନତିକରଣ ପାଇଁ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ ।

ଏହି ଶୁଭ କାର୍ଯ୍ୟକ୍ରମରେ ବିଶାଳ ଜନସମାଗମ ହୋଇଥିବା ସ୍ଥଳେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ବିଶାଳ ସିଂ,ଯୋଡା ପୌରାଧ୍ୟକ୍ଷ ଡ.ଜଗଦୀଶ ପ୍ରସାଦ ସାହୁ,ଉପାଧ୍ୟକ୍ଷା ସଂନ୍ଧ୍ୟାରାଣୀ ପାତ୍ର,ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଉପାଧ୍ୟକ୍ଷା ସରସ୍ବତୀ ନାଏକ ସମେତ ସମସ୍ତ କାଉସିଲର ଏବଂ ୮ହଜାର ଜନସାଧାରଣ ଉପସ୍ଥିତ ଥିଲେ । 

ଚମ୍ପୁଆଠାରେ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହନ୍ତ,ଯୋଗଦେଇ କହିଥିଲେ ଯେ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥାନ୍ତି । ଓଡିଶାବାସୀ ଆଜି ଗର୍ବିତ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇ । ଯିଏ କି ଲୋକଙ୍କ ମତାମତ ଆଧାରରେ ଦିନରାତି ଓଡିଶାବାସୀଙ୍କ କଲ୍ୟାଣ ଚିନ୍ତା କରିଥାନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେଉଥିବା ରୂପାନ୍ତରଣକୁ ସମଗ୍ର ବିଶ୍ୱ ଦେଖୁଛି । ଓଡିଶାକୁ ଏକ ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ଏବଂ ଓଡିଶାବାସୀ କିଭଳି ଭଲରେ ରହିବେ ସେହି ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି ବୋଲି ସେମାନେ କହିଥିଲେ ।