ପ୍ରଜା ପିତା ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ କେନ୍ଦ୍ର ରେ ୮୮ତମ ଶିଵ ଜୟନ୍ତୀ ପାଳିତ

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ)  ନାଚୁଣୀ  :-> ନାଚୁଣୀ ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ କେନ୍ଦ୍ର ରେ ଆଜି ୮୮ତମ ଶିବଜୟନ୍ତୀ ପାଳିତ ହୋଇଯାଇଛି। କେନ୍ଦ୍ର ପରିଚାଳିକା ବ୍ରହ୍ମ କୁମାରୀ ନୀଲୁ ଭଉଣୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳିତ ଏହି ଉତ୍ସବ ରେ ବାଲୁଗାଁ କେନ୍ଦ୍ର ର ପରିଚାଳିକା ବ୍ରହ୍ମ କୁମାରୀ ସରିତା ଭଉଣୀ,

ଵ୍ରହ୍ମକୁମାର ସୁରେନ୍ଦ୍ର ଭାଇ,ପ୍ରଶାନ୍ତ ଭାଇ, ହିମାଂଶୁ ଭୂଷଣ ଭାଇ ପ୍ରମୁଖ ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କାଳିଜାଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ଭିକାରୀ ଚରଣ ପ୍ରଧାନ, ରମେଶ ଚନ୍ଦ୍ର ମାର୍ଥୀ, ମନୋଜ ମୋହନ ବରାଳ ପ୍ରମୁଖ ଯୋଗଦେଇ ଆୟୋଜିତ ସଭାରେ ଅଭିଭାଷଣ ରଖିଥିଲେ।

ଏହି ଅବସରରେ ୮୮ତମ ଶିବ ଜୟନ୍ତୀ ପାଳନ ଅବସରରେ କେକ୍ କଟାଯାଇ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ଏବଂ ଆଧ୍ୟାତ୍ମିକ ପତ୍ତାକା ଉତ୍ତୋଳନ କରା ଯାଇଥିଲା। ପରିଶେଷରେ ସମସ୍ତ ଙ୍କୁ ଵ୍ରହ୍ମା ଭୋଜନରେ ଆପ୍ୟାୟିତ କରାଯାଇଥିଲା।