ନୂଆଗଡ଼ ଆଇପିଏଲ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ)  କଟକ :->  କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ନୂଆଗଡ଼ ଯୁବକ ସଂଘ ପକ୍ଷରୁ ଚାଲିଥିବା ନୂଆଗଡ଼ ପ୍ରିମିୟର ଲିଗ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବାବା ବାଲୁଙ୍କେଶ୍ୱର ବୁଲ୍ସ , ବନାମ ସାଇ ୟଙ୍ଗ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨୦ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ ସାଇ ୟଙ୍ଗ ଷ୍ଟାର ଟସ୍ ଜିତି ବ୍ୟାଣ୍ଟିଙ୍ଗ ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୭୦ ରନ କରିଥିଲା ।

ଏହାର ପ୍ରତି ଜବାବରେ ବାବା ବାଲୁଙ୍କେଶ୍ୱର ବୁଲ୍ସ ୧୯ ଓଭରରେ ୩ ଉଇକେଟ ହରାଇ ୧୭୧ ରନ କରି ଚମ୍ପିୟାନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀ ସଭାପତିତ୍ୱ କରିଥିଲେ । ଏଥିରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ଉକ୍ତ ଖେଳ ପଡିଆକୁ ଏକ ଆଦର୍ଶ ଖେଳପଡିଆ ରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବେ ଶିଳ୍ପପତି ଶୁସିଲ ଗୋୟଙ୍କା, ଚନ୍ଦନ କୁମାର ସାହୁ, ସନ୍ତୋଷ କୁମାର ଲେଙ୍କା , ବିଜନ କୁମାର ରାଉତରାୟ , ଗଣେଶ ବରାଳ, ଗତିକୃଷ୍ଣ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଧୀରେନ୍ଦ୍ର ଲେଙ୍କା, ତାପସ ବେଉରା, ଟିକି ସିଂ, ସୌମ୍ୟ ରଞ୍ଜନ ଲେଙ୍କା, ବିଜୟ ମହାନ୍ତି ପ୍ରମୁଖ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଅତିଥି ମାନେ ଚମ୍ପିୟାନ ହୋଇଥିବା ବାବା ବାଲୁଙ୍କେଶ୍ୱର ଟିମକୁ ୪୦ ହଜାର ଟଙ୍କାର ଚେକ ସହିତ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ହୋଇଥିବା ସାଇ ୟଙ୍ଗ ଷ୍ଟାର କ୍ରୀକେଟ ଟିମକୁ ୨୫ ହଜାର ଟଙ୍କାର ଚେକ ସହିତ ରନର୍ସ ଟ୍ରଫି ପ୍ରଦାନ କରିଥିଲେ ।