ଅନ୍ଧ ବିଶ୍ବାସର ଅବସାନ : ଷୋଡ଼ଶ ଶତାବ୍ଦୀର ବାବା ବେଲେଶ୍ୱର ମନ୍ଦିରର ରତ୍ନମୁଦ ଉତ୍ସବ

9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁଵନ :->  ଭୁବନ ବ୍ଳକ ଅନ୍ତର୍ଗତ ଯମୁନାକୋଟ ଗ୍ରାମ ପଞ୍ଚାୟତ କୃଷ୍ଣ ପୁର (ନୃସିଂହ ପୁର ଶାସନ) ର ବାବା ବେଲେଶ୍ୱର ମନ୍ଦିରର ରତ୍ନମୁଦ ଉତ୍ସବ ପବିତ୍ର ମହାଶିବରାତ୍ରି ଜାଗର ଅବସରରେ ଅନୁଷ୍ଠିତ ହୋଇଯାଇଛି । ଫଳରେ ଦୀର୍ଘ ବର୍ଷ ଧରି ଅନ୍ଧ ବିଶ୍ବାସର ଅବସାନ ଘଟିଛି । ଷୋଡ଼ଶ ଶତାବ୍ଦୀର ଵାବା ବେଲେଶ୍ୱର ମନ୍ଦିର ଟି ଅନ୍ଧବିଶ୍ୱାସ ହେତୁ ନିର୍ମାଣ ହୋଇପାରୁ ନଥିଲା। କେହି ଆତ୍ମ ଘୋଷିତ ପଣ୍ଡିତ ପ୍ରଚାର କରିଥିଲେ କି ବେଲେଶ୍ୱର ଠାକୁର ଖୋଲା ରହିବେ ତାଙ୍କର ମନ୍ଦିର ଯିଏ ନିର୍ମାଣ କରିବ ସେ ଏବଂ ତା ବଂଶ ନିପାତ ହୋଇଯିଵ।

ଏହି କଥାକୁ ପିଢ଼ି ପରେ ପିଢ଼ି ବିଶ୍ବାସ କରି କେହି ମନ୍ଦିର ନିର୍ମାଣ କରିବାକୁ ସାହାସ କଲେ ନାହିଁ। ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନା ରେ ମାନ୍ୟବର ଖଣିମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ବେଲେଶ୍ୱର ମନ୍ଦିର ନିର୍ମାଣ ପାଇଁ ଗତ ଅଗଷ୍ଟ ମାସ ୧୪ ତାରିଖ ରେ ୪ ଲକ୍ଷ ଅନୁଦାନ ଦେଇଥିଲେ । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ସରପଞ୍ଚ ନଟଵର ସାହୁ, ପାରିମାଳ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି, ଶ୍ରୀ ଅଦ୍ଵୈତ ସାହୁ, ପୁଷ୍ପ ଲତା ରାଉତ, ବାଙ୍କନିଧି ରାଉତ ପ୍ରମୁଖ ଙ୍କୁ ନେଇ କୃଷ୍ଣ ପୁର ଗ୍ରାମ ବାସୀ ଙ୍କର ବୈଠକ ଡାକି ମନ୍ଦିର ନିର୍ମାଣ କରିବାକୁ ଆଲୋଚନା କରିଥିଲେ ।

କିନ୍ତୁ ଅନ୍ଧ ବିଶ୍ବାସ କୁ ନେଇ ଗ୍ରାମ ବାସୀ ମାନେ ଘୋର ବିରୋଧ କଲେ। ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ସେମାନଙ୍କ ର ମନୋଭାବ କୁ ବଦଳାଇ ମନ୍ଦିର କରିବାକୁ ସାହାସ ଦେଇ ପୂର୍ଣ୍ଣ ସହଯୋଗ କରିବାକୁ କଥା ଦେଲେ। ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣିଙ୍କୁ କୃଷ୍ଣପୁର ର ବେଲେଶ୍ୱର କମିଟି ସଦସ୍ୟ ପ୍ରଭାତ ପାଣି ,ଦିଲ୍ଲୀପ ପାଣି,ପ୍ରଦିପ ପାଣି, କାଶୀନାଥ ପାଣି, ସ୍ବାଧିନ ରାଉତ ପୂର୍ଣ୍ଣ ଭାବରେ ଦୃଢ଼ ସମର୍ଥନ କରିଥିଲେ। ପୂର୍ଣ୍ଣ ଭାବରେ ଦୃଢ଼ ମନରେ ରମେଶ ଚନ୍ଦ୍ର ପାଣି ଙ୍କୁ ସମର୍ଥନ କରିଥିଲେ । ପ୍ରାଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ସରଦେଇପୁରର ବାସ୍ତୁବିତ୍ ମନୋଜ ପ୍ରଧାନ କୁ ଆଣି ଅଗଷ୍ଟ ୧୭ ତାରିଖ ସିଂହ ସଂକ୍ରାନ୍ତିରେ ବାସ୍ତୁ ପୂଜା କରି ଧ୍ବଜବନ୍ଧରେ ସୂତା କାର୍ଯ୍ୟ ସମାପନ କରିଥିଲେ।

ଅଗଷ୍ଟ ୨୭ ରେ ମାର୍ଥାପୁର ର ପୁରୋହିତ ରଞ୍ଜନ ନନ୍ଦଙ୍କ ମନ୍ଦିର ର ଶୁଭାରମ୍ଭ ପୂଜା ହୋମ କାର୍ଯ୍ୟ କରିବାକୁ ଆସିଥିବା ବେଳେ ଲୋକ ମାନେ କିନ୍ତୁ ଭୟଭୀତ ହୋଇ ଆସିଲେ ନାହିଁ। ପ୍ରଭାତ ପାଣି, ଦିଲ୍ଲୀପ ପାଣି, କାଶୀ ନାଥ ପାଣି ପୂର୍ଣ୍ଣ ସହଯୋଗ କରିଥିଲେ କିନ୍ତୁ କର୍ତ୍ତା ହେବାକୁ କେହି ରାଜି ହେଲେ ନାହିଁ।ଗୁଆ ଥୋଇ ପୂଜା କାର୍ଯ୍ୟ କରାଗଲା। କାରିଗର ଶ୍ରୀ ରବି ନାୟକ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ। ଶ୍ରୀ ଅଭୟପାଣି ମୁଖ୍ୟ ସହଯୋଗୀ ଭାବରେ ଆଗଧାଡିରେ ରହି କାମ କରିଚାଲିଲେ। ଲୋକ ମାନଙ୍କ ର ସହଯୋଗ ରହିଲା। ବିଭିନ୍ନ ଗାଁସହରକୁ ଯାଇ ମାଗଣ କଲେ। ପବିତ୍ର ଜାଗରରେ ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ କରାଗଲା। ପୁରୋହିତ ଗତିକୃଷ୍ଣ ମିଶ୍ର କର୍ତ୍ତା ଭାବରେ ସାହାସର ସହିତ କାର୍ଯ୍ୟ ଆରମ୍ଭ କରିଥିଲେ ।

କାଶୀନାଥ ପାଣି ଚୁନିପାଣି ପୂଜା କାର୍ଯ୍ୟ ରେ ଅଂଶଗ୍ରହଣ କରିଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ୍, ଶ୍ରୀଯୁକ୍ତ ଧର୍ମାନନ୍ଦ ବରାଳ, ଶ୍ରୀମତୀ ଖୁଲଣା ରାଉତ, ଶ୍ରୀମତୀ ପୁଷ୍ପ ଲତା ରାଉତ, ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ପ୍ରମୁଖ ଯୋଗଦାନ କରିଥିଲେ। ମନ୍ତ୍ରୀ ଙ୍କୁ ଵହୁମାନ୍ୟପୂର୍ବକ ଗ୍ରାମବାସୀ ମାନେ ସ୍ବାଗତ କରିଥିଲେ। ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ହାତରେ ସୁନା,ଶସ୍ୟାଦି ଧରି ମନ୍ଦିର ଉପରକୁ ଉଠି ଭଣ୍ଡାର ରେ ଭକ୍ତିର ସହିତ ଅର୍ପଣ କରିଥିଲେ। ବେଲେଶ୍ୱର ମନ୍ଦିର ର କମିଟି ସଦସ୍ୟ ପ୍ରଦୀପ ପାଣି, ଦିଲ୍ଲିପ ପାଣି, କାଶୀନାଥ ପାଣି,ଚହନା ପାଣି,ଅଭୟ ପାଣି, ବିଶ୍ବଜିତ୍ ପାଣି,ମଙ୍ଗରାଜ ପାଣି,ସନ୍ତୋଷ ଯେନା,ଲିପୁନ୍ ପାଣି, ଦକ୍ଷିଣେଶ୍ୱର ପାଣି, ସ୍ଵାଧୀନ ରାଉତ, ବଳରାମ ରାଉତ ଆଦି ସଦସ୍ୟ ଏବଂ ଗ୍ରାମର ମୁଖିଆ ନିଳପାଣି,ନନ୍ଦରାଉତ, ଶ୍ରୀକାନ୍ତ ରାଉତ, ପର୍ଶୁରାମ ମଲ୍ଲିକ୍,ପଦନ ପାଣି,ଯଜାତି ପାଣି ପ୍ରମୁଖ ସହଯୋଗ କରିଥିଲେ।

ଗୋକୁଳ ପାଣି ଓଗେର କୀର୍ତ୍ତନ ମଣ୍ଡଳୀ ହରି ନାମସଂକୀର୍ତ୍ତନ କରିଥିଲେ। ସାମଗ୍ରୀକ ଭାବରେ ଶ୍ରୀ ଅଭୟପାଣି, ଶ୍ରୀ ପ୍ରଭାତ ପାଣି, ଶ୍ରୀ ଦିଲ୍ଲୀପ ପାଣି, ଶ୍ରୀ ବିଶ୍ବଜିତ ପାଣି, ପ୍ରାଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ପରିଚାଳନା କରିଥିଲେ। ଶୁଭ ଵେଳାରେ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରଭୁଙ୍କର ରତ୍ନମୁଦ କାର୍ଯ୍ୟ ସମାପନ କରାଯାଇଥିଲା । ଏ ଅଞ୍ଚଳରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳିଯାଇଛି।