ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ୧୫ ମିନିଟ ସମୟରେ ମହାଦୀପ ଉଠିଲା

ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର

 ୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ବର :-> ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୧୦ଟା ୧୫ ମିନିଟ ସମୟରେ ମହାଦୀପ ଉଠିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଶୁକ୍ରମାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପୀଠର ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ମନ୍ଦିରବେଢ଼ା ନୀତି ଆରମ୍ଭ ହୋଇଥିଲା। ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ମହାଦୀପକୁ ସେବାୟତମାନଙ୍କ ପକ୍ଷରୁ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା ।

ଲିଙ୍ଗରାଜ ମନ୍ଦିର ବେଢ଼ା ସହିତ ପାରମ୍ପରିକ ରୀତିନୀତି ସମ୍ପନ୍ନ ହେବା ପରେ ରାତି୧୦ଟା ୧୫ ମିନିଟରେ ମହାଦୀପ ଉଠିଥିଲା । ଶ୍ରୀଲିଙ୍ଗରାଜ ମନ୍ଦିରରେ ବେଢ଼ା ପରିକ୍ରମା କରାଇବା ପରେ ସେବାୟତ ମହାଦୀପ ଉଠାଇଥିଲେ । ଏହି ସମୟରେ ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇଥିଲା । ଆଜି ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ଏହି ଅବସରରେ ପାଳିତ ହୋଇଛି ମହାଶିବରାତ୍ରୀ ଏବଂ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା । ମହାପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ପାଇଁ ଶ୍ରଦ୍ଧାଳୁ ଜାଳିଛନ୍ତି ଜାଗର ଓ ପାଳିଛନ୍ତି ମହାଶିବରାତ୍ରୀ।

ମନୋକାମନା ପୂର୍ଣ୍ଣ ଲାଗି ଭକ୍ତିଭାବନାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି ଏକାମ୍ର କ୍ଷେତ୍ରରେ। ରାଜ୍ୟର ସବୁ ଶୈବପୀଠରେ ମହାଶିବରାତ୍ରୀ ପାଳନ ହେଉଛି । କିନ୍ତୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନରେ ସ୍ବତନ୍ତ୍ରତା ରହିଛି। ରାତି ଉଜାଗର ରହି ମନ୍ଦିର ପରିସରରେ ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ। ଆଜି ପାରମ୍ପରିକ ରୀତିନୀତିରେ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହୋଇଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୧୦ଟା ୧୫ ମିନିଟ ସମୟରେ ମହାଦୀପ ଉଠିଛି। ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ୫ ଜଣ ସମର୍ଥା ମହାଦୀପ ଉଠାଇଛନ୍ତି।

ଧାର‌୍ୟ୍ୟ ସମୟର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ହର ହର ମହାଦେବ ଧ୍ୱନିରେ କମ୍ପିଥିଲା ଲିଙ୍ଗରାଜ ମନ୍ଦିର ପରିସର । ଯଦିଓ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର‌୍ୟ୍ୟ ହୋଇଥିଲା, ତେବେ ରାତି ୧୦ଟାରୁ ମନ୍ଦିର ବେଢ଼ା ପରିକ୍ରମା ରୀତିନୀତି ସମ୍ପନ୍ନ କରାଯାଇଥିଲା ଏବଂ ରାତି ୧୦ଟା ୧୫ ମିନିଟରେ ମହାଦୀପ ଉଠିଥିଲା। ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା ।

ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ରାତି ୧୦ଟା ୧୫ ମିନିଟରେ ମହାଦୀପ ଉଠିଥିଲା । ଏହାପରେ ସାହାଣମେଲା ଦର୍ଶନ, ଚାରି ପ୍ରହର ପୂଜା ରାତ୍ର, ହରିହର ଭେଟ ଆଦି ରୀତିନୀତି ସମ୍ପନ୍ନ ହେବ। ଭୋର୍ ୪.୩୦ରୁ ସକାଳ ୫.୧୫ ପର‌୍ୟ୍ୟନ୍ତ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।