ମୁଟୁଦା ଠାରେ ନୂତନ ସେତୁର ଶିଳାନ୍ୟାସ କଲେ ଚମ୍ପୁଆ ବିଧାୟିକା

୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ  :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିକଳା ପଞ୍ଚାୟତର ଲହଣ୍ଡା-ବିରିକଳା ରାସ୍ତାର ସୋନା ନଦୀ ଉପରେ ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ହେବାକୁ ଥିବା ନୂତନ ସେତୁର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ।

ଉକ୍ତ ସେତୁ ହେବା ଫଳରେ ବିରିକଳା ପଞ୍ଚାୟତର ମୁଟୁଦା,ଲହଣ୍ଡା,ବିରିକଳା ଗ୍ରାମର ଅଧିବାସୀ ମାନଙ୍କର ଗମନା ଗମନ ନିମନ୍ତେ ସିଧାସଳଖ ଯୋଡା, ବଡବିଲ,ଚମ୍ପୁଆ କୁ ସଂଯୋଗ ହୋଇପାରିବ । ଗ୍ରାମବାସୀଙ୍କର ବହୁ ଦିନର ସ୍ବପ୍ନ ଥିଲା ଯେ କେବେ ଏଠାରେ ସେତୁ ହେବ କିନ୍ତୁ ସ୍ଥାନୀୟ ବିଧାୟିକାଙ୍କ ପ୍ରଚେଷ୍ଠା ଏବଂ ରାଜ୍ୟସରକାରଙ୍କ ସହଯୋଗରେ ଆଜି ସଫଳ ରୂପାୟନ ହେବାକୁ ଯାଉଛି ।

 

ପରିଶେଷରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ମହାନ୍ତ ଗ୍ରାମବାସୀଙ୍କୁ ନିଜ ଅଭିଭାଷଣରେ କହିଥିଲେ ଯେ, “ସମସ୍ତେ ଏକ ହୋଇ କାମ କଲେ ଗ୍ରାମର ସାମଗ୍ରୀକ ବିକାଶ ହୋଇ ପାରିବ ଏବଂ ରାଜ୍ୟସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ସବୁବେଳେ କହନ୍ତି ଗ୍ରାମାଞ୍ଚଳର ବିକାଶ ହେଲେ ରାଜ୍ୟର ବିକାଶ ହେବ”। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ସମେତ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ଏବଂ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।