ବେଗୁନିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ବଣ୍ଟନ

୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ  :->  ବେଗୁନିଆ ବ୍ଲକ କାର୍ଯ୍ୟାଳୟ ସଲଗ୍ନ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ବଣ୍ଟନ ହୋଇଛି । ଏଥିରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ ଆଭାସୀ ମାଧ୍ୟମରେ ଜନ ସାଧାରଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡ଼ି ସମ୍ପାଦକ ପ୍ରଦୀପ କୁମାର ସାହୁ,ବିଡ଼ିଓ ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟକ୍ଷା  ସାବିତ୍ରୀ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ,ସରପଂଚ ହାଡୁବନ୍ଧୁ ମହାପାତ୍ର, ସତ୍ୟ ନାରାୟଣ ପ୍ରଧାନ, ଆରତ ମାଝୀ, ଅକ୍ଷୟ ରାଉତରାୟ,ସମିତି ସଭ୍ୟ ଭରତ ଛୋଟରାୟ,

ସମାଜସେବୀ ପ୍ରସନ୍ନ ବାରିକ, ସୁଶାନ୍ତ କୁମାର ମହାପାତ୍ର ସମେତ ସରପଂଚ/ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ। ୧୬୪୬ କାର୍ଡ ମଧ୍ୟରୁ ୧୫୫୮ ଟି ସ୍ଵୀକୃତି  ପାଇ ଥିବାବେଳେ ୯୦୪ ଜଣଙ୍କୁ ବଣ୍ଟନ ହୋଇଛି । କାର୍ଯ୍ୟକ୍ରମକୁ ପଂଚାୟତ ଉନ୍ନୟନ ଅଧିକାରୀ ନୀଳକଣ୍ଠ ମାନସିଂହଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।