ଚମ୍ପୁଆ ଠାରେ ମିଶନ ଶକ୍ତି କାଫେର ଶୁଭ ଉଦଘାଟନ କଲେ ଚମ୍ପୁଆ ବିଧାୟିକା

୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :-> ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେର ଶୁଭ ଉଦଘାଟନ କଲେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ । ଚମ୍ପୁଆ ବ୍ଲକର ସମସ୍ତ SHG ର ମହିଳା ମାନେ ଉପସ୍ଥିତ ରହି,

ଏହି ଶୁଭ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏତତ୍ ବ୍ୟତୀତ ସମ୍ମାନୀତ ଅତିଥି ଭାବରେ ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେସ ଚନ୍ଦ୍ର ନାଏକ,ବ୍ଲକ ଉନ୍ନୟନ ଅଧିକାରୀ ରାଜା ରଣଜିତ ବଳ,୧୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ରମଣୀ ନାଏକ ସମେତ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେଶୁଭାରମ୍ଭ ହୋଇଥିବା ଚମ୍ପୁଆ ବ୍ଲକ ଠାରେ ନୂଆ BSKY ନବୀନ କାର୍ଡର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲାଭାର୍ଥୀ ମାନଙ୍କୁ ନୂତନ କାର୍ଡ ବଣ୍ଟନ କରିଥିଲେ ।