ଦୀର୍ଘ ଦିନର ଦାବୀ ପୂରଣ କଲେ ଚମ୍ପୁଆ ବିଧାୟିକା

୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଳସା ପଞ୍ଚାୟତର ଉଚ୍ଚବାଲି – ପୁରୁଣାପାଣି ରାସ୍ତାର ବୈତରଣୀ ନଦୀ ଉପରେ ଏକ ନୂତନ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ।

ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ସେତୁ କାର୍ଯ୍ୟ ହାତକୁ ନେଇଥିବା ସୂଚନା ମିଳିଛି । ଦୀର୍ଘ ଦିନରୁ ଉଚ୍ଚବାଲି ଏବଂ ପୁରୁଣାପାଣି ଗ୍ରାମବାସୀଙ୍କର ଦାବୀ ହୋଇ ଆସୁଥିଲା , ଯାହା ଆଜି ସଫଳ ହେବାପାଇଁ ଯାଉଥିବାରୁ ଗ୍ରାମବାସୀଙ୍କ ମୁଖରେ ଖୁସୀର ଲହରୀ ଖେଳି ଯାଇଛି ।

ରାଜ୍ୟସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଯେଉଁ ସବୁ ପ୍ରକଳ୍ପର ଦୃଷ୍ଟି ଆକର୍ଷଣ କରାଯାଇଥିଲା ତାହା ଆଜି ପୂରଣ ହେଉଥିବାରୁ ରାଜ୍ୟସରକାରଙ୍କୁ

ଯେତେ ଧନ୍ୟବାଦ ଦେଲେ କମ ପଡିଯିବ ବୋଲି ସ୍ଥାନୀୟ ବିଧାୟିକା ଶ୍ରୀମତୀ ମହାନ୍ତ ତାଙ୍କର ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରରେ ବିଭାଗୀୟ ଅଧିକାରୀ ସମେତ ଶତାଧିକ ଜନସଧାରଣ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।