ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ‘ନୂଆ-ଓ’ଛାତ୍ରୀ ବୃତି ପ୍ରଦାନ କାର୍ଯ୍ୟକ୍ରମ – ୪୧୫ଙ୍କୁ ମିଳିଲା ବୃତିରାଶି

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ’ ଛାତ୍ରବୃତି ପ୍ରଦାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ସୁମିତ୍ରା ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଉଚ୍ଚ ଶିକ୍ଷାପାଇଁ ଅର୍ଥ ଆଉ ବାଧକ ସାଜିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୂଆ-ଓ ଛାତ୍ର ବୃତି ଯୋଜନା କରିଛନ୍ତି ବୋଲି କହିଥିଲେ ।

ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଏହି
ଯୋଜନାର ବିବରଣି ପ୍ରଦାନରେ ଯେଉଁ ମାନଙ୍କ ବାପା ମାଆ ସରକାରୀ ଚାକିରି କରିଛନ୍ତି, ସରକାରଙ୍କୁ ଶୁକ୍ଳ ଦେଉଛନ୍ତି କିମ୍ବା କାଳିଆ ଯୋଜନାର ଛାତ୍ର ବୃତି ପାଉଥିବା ପିଲାଏ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ନାହାଁନ୍ତି ।

ତଦନୁଯାୟୀ ମହାବିଦ୍ୟାଳୟର ୪୪୮ଜଣ ଛାତ୍ରୀଙ୍କ ମଧ୍ୟରୁ ୪୧୫ଜଣ ଛାତ୍ରୀ ଏହି ନୂଆ-ଓ ଛାତ୍ରୀ ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସୂଚନା ଦେଇଥିଲେ । ବିଭାଗୀୟ ସୂଚନା ଅନୁଯାୟୀ ବିଧାୟକ ଶ୍ରୀ ବଳ କାର୍ଯ୍ୟକ୍ରମରେ ଯୋଗ୍ୟ ପିଲାମାନଙ୍କୁ ୧୦ ହଜାର ଟଙ୍କା ବୃତି ପ୍ରଦାନର ପ୍ରମାଣ ପତ୍ର ଦେଇଥିଲା ବେଳେ ବୃତି ଟଙ୍କା ଅନଲାଇନ ଜରିଆରେ ଯୋଗ୍ୟ ଛାତ୍ରୀଙ୍କ ଏକାଉଂଟକୁ ପ୍ରଦାନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକ ଲିପ୍ସା ମିଶ୍ର, ଯାଜ୍ଞେଶ୍ଵରୀ ପଲେଇ, ଝୁନୁମଣି ଜେନା, ରୋଜାଲିନ ଦାଶ, ଅଧ୍ୟାପକ ସନ୍ତୋଷ କୁମାର ଜେନା, ପଦ୍ମଭୂଷଣ ରାଉତରାୟଙ୍କ ସମେତ ସ୍ଥାନୀୟ କାଉନସିଲର, ଅଭିଭାବକ, ଅନୁଷ୍ଠାନର ଶୁଭେଚ୍ଛୁ ମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ‘ନୂଅ-ଓ’ ଛାତ୍ରବୃତି ସଂପର୍କିତ ଏକ ହୋର୍ଡିଂ ପ୍ରଦାର୍ଶିତ କରାଯାଇଥିଲା

ବେଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତି ଅବସରରେ ତାଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା । ଛିତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାହାସିକତା ପଦକ୍ଷପ ଗ୍ରହଣ କରିବାକୁ ଅତିଥୁମାନେ ପରାମର୍ଶ ଦେଇଥିଲେ ।

ଶେଷରେ ଅଧ୍ୟାପକ ପଦ୍ମଭୂଷଣ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ପଲେଇ, ଦୁର୍ଗାବତୀ ସ୍ଵାଇଁ, ପବିତ୍ର ମୋହନ ଜେନା, ପ୍ରଶାନ୍ତ କୁମାର ଦାସ, କବିତା କଲୋଳିନୀ ସିହ୍ନା ପ୍ରମୁଖ ସମସ୍ତ କର୍ମଚାରଙ୍କ ସମେତ ଅଧ୍ୟାପକ/ଅଧ୍ୟାପିକା ସହଯୋଗ କରିଥିଲେ କରିଥିଲେ ।