ଇଟାମାଟିରୁ ନୟାଗଡ଼ ବିଶାଳ ସାଇକେଲ ଶୋଭାଯାତ୍ରା – ଅରୁଣ

ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସାଇକେଲ ଶୋଭାଯାତ୍ରା : ଅରୁଣଙ୍କ ନେତୃତ୍ୱରେ ଦମ ଦେଖାଇଲା ବିଜେଡି

ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଏବଂ ପୈାର ପରିଷଦର ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ ।

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଏବଂ ପୈାର ପରିଷଦର ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସାହାସୀ ବ୍ୟକ୍ତିତ୍ୱ ଥିଲେ । କଟକରୁ ପେସୱାର ସାଇକେଲରେ ଗସ୍ତ କରିଥିଲେ ।

ତାଙ୍କର ସ୍ମୃତିକୁ ଉଜ୍ଜ୍ୱିବିତ କରିବା ପାଇଁ ଏହି ସାଇକେଲ ଶୋଭାଯାତ୍ରାର ପରିକଳ୍ପନା କରାଯାଇଥିବା ବିଧାୟକ ଡ. ସାହୁ କହିଥିଲେ । ବିଜୁ ଜନତା ଦଳ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଚିନ୍ତାଧାରା ପାଇଁ ସାରା ଭାରତରେ ଓଡ଼ିଶା ସମୃଦ୍ଧିଶାଳୀ ହୋଇ ପାରିଥିବା କହିଥିଲେ ।

ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଦଳର ସଂଗଠନକୁ ମଜୁବତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ସାହୁଙ୍କ ନିଷ୍ଠା ଓ ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଜନପ୍ରିୟ ବିଧାୟକ ଭାବେ ସାରା ରାଜ୍ୟରେ ଡ. ସାହୁଙ୍କ ସୁନାମ ରହିଥିବା କହିଥିଲେ ।

କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ସୁବାଷ ଚନ୍ଦ୍ର କହଁର, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗ ଦେଇଥିଲେ ।