ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶକ ଭାବେ ଲଲାଟେନ୍ଦୁ ମହାପାତ୍ର ଯୋଗଦାନ କରିଛିନ୍ତି

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଗଞ୍ଜାମ :-> ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶକ ଭାବେ ଲଲାଟେନ୍ଦୁ ମହାପାତ୍ର ଯୋଗଦାନ କରିଛିନ୍ତି । ସେ ସୋମବାର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ, ଭୁବନେଶ୍ୱର, କଟକ ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି ।

ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ କଟକ ଜିଲ୍ଲାରୁ ବ୍ରହ୍ମପୁର ଉପ ନିର୍ଦ୍ଦେଶକ ଭାବେ ତାଙ୍କ ବଦଳି ହୋଇ ଆସିଛନ୍ତି । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ, ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ବରିଷ୍ଠ ଅଧିକାରୀ ଲୋକନାଥ ଶତପଥୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।