ନିଆଳି ସାରସୂତ ସାଧକ ମହାମଞ୍ଚ ଓ ସମ୍ବର୍ଦ୍ଧନା ପର୍ଵ

୨୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିଆଳି  :->  ନିଆଳି ମହୋତ୍ସବ ୨୦୨୪ ର ସହଯୋଗରେ ପ୍ରାଚୀ ସାହିତ୍ୟ ସମିତି ନିଆଳିର ସୌଜନ୍ୟରେ ସାରସୂତ ସାଧକ ମହାକୁମ୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ସଭାପତି ଡ, ତ୍ରିନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲାବେଳେ, ମୁଖ୍ୟ ଅତିଥି ରୁପେ ସୁ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଡିଆଇଜି ବଟକୃଷ୍ଣ ତ୍ରିପାଠୀ ଓ ସୁ ସାହିତ୍ୟିକ ଡକ୍ଟର ଧରଣୀଧର ନାଥ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ନିଆଳି ମହୋତ୍ସବ କମିଟିର ଉପସଭାପତି ଆଦିତ୍ୟ ପାଣି ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ । କବୟିତ୍ରୀ ସବିତା ନାୟକଙ୍କ କବିତା ସଂକଳନ ବିଦଗ୍ଧ। ରାଧା ଓ ଔପନ୍ୟାସିକ। ମନିଷାମଞ୍ଜରୀ ସାହୁଙ୍କ ଉପନ୍ୟାସ ବିଦ୍ୟାଳୟ ବିଭୀଷିକା, ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥଲା ।

ସମ୍ପାଦକ ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଲୋକାର୍ପିତ ପୁସ୍ତକ ଦୋୟ ସମୀକ୍ଷା କରିଥିଲେ ସଂପାଦକ ଶ୍ରୀ ଷଡ଼ଙ୍ଗୀ । ସମିତିର ବରିଷ୍ଠ ସଦସ୍ୟ ଗାଳ୍ପିକ ସନାତନ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ଲେଖକ, ସାହିତ୍ୟିକ ବିଜୟ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ଏହି ଉତ୍ସବରେ ୭୨ଜଣ ସାରସ୍ୱୋତ ସାଧକଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ମଞ୍ଚ ପରିଚାଳନାରେ ଅବଦୁଲ ବାରି, ସୁଜାତା ଦାଶ ଏବଂ ଦେବେନ୍ଦ୍ର ନାଥ ସେନାପତି ପ୍ରମୁଖ ସହଯୋଗ କରିଥିଲେ । ନିଆଳି ମହୋତ୍ସବର ଉଦଯାପନ ଉତ୍ସବରେ ଓଡ଼ିଶାର ବିଶିଷ୍ଟ କଳାକାରମାନେ ଯୋଗ ଦେଇ ସେମାନଙ୍କର ବିଭିନ୍ନ , ନାଚ ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣରେ ଦର୍ଶକଙ୍କୁ ମୋହିତ କରିଥିଲେ । ଏହି ନିଆଳି ମହୋତ୍ସବ ଦେଖିବା ପାଇଁ ବହୁ ଅଞ୍ଚଳରୁ ଲୋକମାନେ ସମାଗମ ହୋଇ ଆସୁଥିଲେ । ଏହା ୫ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ।