ଟାଙ୍ଗୀ ସିଟି ୧୯୭୩-୭୫ ବ୍ୟାଚ୍ ପ୍ରଶିକ୍ଷାର୍ଥୀ ଙ୍କ ବନ୍ଧୁମିଳନ

୨୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ୧୯୭୩_୭୫ ବ୍ୟାଚ୍ ର ପ୍ରଶିକ୍ଷାର୍ଥୀ ମାନଙ୍କ ର ଏକ ବନ୍ଧୁ ମିଳନ ରବିବାର ପୂର୍ବାହ୍ନ ରେ ଭୁଷଣ୍ଡପୁର ସ୍ଥିତ ମା ଉଗ୍ରତାରା ଦେବୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ପ୍ରାପ୍ତ ଶିକ୍ଷକ ମାନେ ସୁଚାରୁ ରୂପେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ରବିବାର ଏହି ଅବସରରେ ମିଳିତ ହୋଇ ପାରସ୍ପରିକ ଭାବ ବିନିମୟ ଓ ଅତୀତ ଗୁରୁ -ଛାତ୍ର ଜୀବନର ମଧୁର ସ୍ମୃତି ଚାରଣ କରିଥିଲେ। ପ୍ରାକ୍ତନ ଶିକ୍ଷକ ମନୋଜ ପାତ୍ରଙ୍କ ଆହୂତ ଏହି ସମ୍ମିଳନୀରେ ପ୍ରାକ୍ତନ ଶିକ୍ଷକ ପଠାଣି ବଳବନ୍ତରାୟ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଦିବଂଗତ ପ୍ରଶିକ୍ଷାର୍ଥୀ କିଶୋର ନାୟକ, ରଘୁନାଥ ଜେନା, ଅଭିମନ୍ୟୁ ସାହୁ, ବ୍ରଜବନ୍ଧୁ ବାରିକ ,ବୁଲା ବାରିକ, ରାମଚନ୍ଦ୍ର ଜେନା,ଭରତ ଜାଲି, ଶଙ୍କର ବେହେରା, ଅଞ୍ଜଳି ପାତ୍ର,ବସନ୍ତ ମଞ୍ଜରୀ ମହାପାତ୍ର ଓଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ସ୍ବର୍ଗତ ଶିକ୍ଷକ କୃଷ୍ଣଚନ୍ଦ୍ର ମହାପାତ୍ର, ସର୍ବେଶ୍ଵର ସୁନ୍ଦରାୟ ଙ୍କ ଅମର ଆତ୍ମା ର ସଦଗତି ସକାଶେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବନ୍ଧୁ ମିଳନ ଅବସରରେ ଏକ ଭାବବିହ୍ଵଳ ମାହୋଲ୍ ମଧ୍ୟରେ ଉପସ୍ଥିତ ବର୍ଷୀୟାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ,ହରିହର ସାହୁ, ଭାଗବତ ଜାଲି, ଗୋବର୍ଦ୍ଧନ ସ୍ଵାଇଁ,ନଟବର ମହାପାତ୍ର,କାଙ୍ଗା ପାତ୍ର, ବୈରାଗୀ ଚରଣ ବେହେରା,ସୁରେନ୍ଦ୍ର ନାଥ ସାମନ୍ତରାୟ ପ୍ରମୁଖ ସେମାନଙ୍କ ର ବିଗତ କର୍ମଭୂମି ଭାବେ କାର୍ଯ୍ୟ କରିଥିବା ବିଭିନ୍ନ ବିଦ୍ୟାଳୟ ଏବଂ ବ୍ୟକ୍ତିଗତ ତଥା ପାରିବାରିକ ଅଭିଜ୍ଞତା ଓ ଅନୁଭୂତି ସମ୍ପର୍କରେ ବଖାଣି ଥିଲେ। ପ୍ରାକ୍ତନ ଶିକ୍ଷକ ତଥା ଅନୁ ନିରୀକ୍ଷକ ହରିହର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଆଗାମୀ ନଭେମ୍ବର ରେ ପରବର୍ତ୍ତୀ ସମ୍ମିଳନୀ ହେଵାର ଘୋଷଣା କରାଯାଇ ଏହି ବ୍ୟାଚ୍ ର ଅସୁବିଧା ବଶତଃ ଯୋଗଦେଇ ପାରି ନ ଥିବା ବନ୍ଧୁ ମାନଙ୍କୁ ଆଗାମୀ ସମ୍ମିଳନୀ ରେ ଯୋଗଦାନ କରିବାକୁ ଅନୁରୋଧ କରାଗଲା। ଏହାପରେ ସମସ୍ତ ଙ୍କୁ ମା ଉଗ୍ରତାରା ଦେବୀଙ୍କ ପ୍ରସାଦ ସେବନ ରେ ଆପ୍ୟାୟିତ କରା ଯାଇଥିଲା।