ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ବିବିଧା’ ଉଦ୍‌ଯାପିତ

୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :-> ବ୍ୟାସନଗର ପୌରପରିଷଦର ରମ୍ପାସ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ବିବିଧା- ୟୁନାଇଟିଂ ଦ ୱଣ୍ଡରସ’ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ଦୁର୍ଗାପ୍ରସାଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାରତୀୟ ସୈନ୍ୟବହାନୀ ଅବସରପ୍ରାପ୍ତ କର୍ଣ୍ଣେଲ ସି.ଡି ସାହୁ ଯୋଗଦେଇ ପିଲାମାନଙ୍କୁ ଶୈକ୍ଷିକ ସହ ଶାରିରୀକ ଓ ବୌଦ୍ଧିକ ଶିକ୍ଷା ଦେବା ଜରୁରୀ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ୱେଷ୍ଟବେଙ୍ଗଲ ସ୍ଥିତ ବାବା ସାହେବ ଆମ୍ବେଦକର ଏଡୁକେଶନ ୟୁନିଭରସିଟିର ସହକାରୀ ପ୍ରାଧ୍ୟାପକ ଯଶୋବନ୍ତ ନାୟକ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ପିତା ମାତା ଓ ଗୁରୁଜନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥିଭାବେ ଡିଏଭି ମ୍ୟାନେମଂଟ କାଉନସିଲ ନୂଆଦିଲ୍ଲୀର ଓଡ଼ିଶାମୁଖ୍ୟ ମନୋଜ କୁମାର ସାହୁ, ସଂଯୋଜକ ରଞ୍ଜନ କୁମାର ପଟ୍ଟନାୟକ ଓ ଡିଏଭି ପବ୍ଲିକ ସ୍କୁଲ ପରିଚାଳନା କମିଟିର ସ୍ବତନ୍ତ୍ରପ୍ରତିନିଧ୍ଵ ନରେଶ ଚନ୍ଦ୍ର ନାଥ ପ୍ରମୁଖ ଯୋଗଦେଇ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷାଦାନ ଶିଶୁ କୈନ୍ଦ୍ରିକ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ମହାନ୍ତି ଅତିଥ୍ ପରିଚୟ ଓ ସ୍ବାଗତଭାଷଣ ଦେଇଥିଲା ବେଳେ ସଂପାଦକ ପଦ୍ମନାଭ ନାଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟତମ ଅତିଥିଭାବେ ପ୍ରଫୁଲ୍ଲ କୁମାର ନାଥ, ଉମାକାନ୍ତ ସାହୁ, ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ ।

ଶିକ୍ଷୟିତ୍ରୀ ଅମ୍ରିତା ପାଲ ଓ ନଫିସା ଶେଖ ମଂଚ ପରିଚାଳନା କରିଥିଲା ବେଳେ ଅନୁଷ୍ଠାନ ପକ୍ଷରୁ କ୍ରୋମନଗର ବିଦ୍ୟାପୀଠର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ଦେଓ, ଆନ୍ତର୍ଜାତୀୟ କ୍ରୀଡାବିତ୍ ବଜ୍ରବାହୁ ଶ୍ରୀମନ୍ତକେଶରୀ ସାମଲ, ଆଦର୍ଶ ସମାଜସେବୀ ତଥା ବିଦ୍ୟାଳୟର ଶୁଭଚିନ୍ତକ ବିରଂଚି ନାରାୟଣ ପତି ପ୍ରମୁଖଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଦୁର୍ଗା ପ୍ରସାଦ ପରିଡା ମାନପତ୍ର ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୌଡ଼କୁଦରେ ଭାଗନେଇଥୁବା ଅଭିଭାବକ ଓ ଫୁଡ୍ ଫେଷ୍ଟରେ ଅଂଶଗ୍ରହଣ କରିଥିବା ଜୟଶ୍ରୀ ସାହୁ, ଚନ୍ଦ୍ରିକା ସାହୁ ଓ ଶିବାନୀ ଦାସ, ସୁକାନ୍ତ ମହାପାତ୍ର,

କେ. ଅନୁଶା ଓ ନିହରିକା ପ୍ରିୟଦର୍ଶିନୀ ସାମଲଙ୍କୁ ସ୍ବତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଜ୍ଞାନମେଳା ଓ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ମାର୍କେଟିଂ ଏକଜ୍ୟୁକୁଟିଭ ରବୀନ୍ଦ୍ର ଜେନା, ମୋହନ ମଳିକ, ଗୀତା ମଳିକ, ରଶ୍ମି ଥାପା, କାର୍ତିକ ବେହୁରିଆଙ୍କ ସମେତ ସୁନନ୍ଦା ଦାସ, ଶକ୍ତିସ୍ୱରୂପା ମହାପାତ୍ର, ସୁଭାଷିନୀ ସାହୁ, ସୁଧାଚନ୍ଦନ ଜେନା, ପ୍ରଶାନ୍ତ ନନ୍ଦ, ସ୍ନେହା ବିଶ୍ବାଳ ଓ ଶିବରାଜ ରାଉତ ପ୍ରମୁଖ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହାୟତା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।