ଗୋଡାରାଇମୂଳ ବାବା ବାଲୁଙ୍କେଶ୍ୱର ଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ବ୍ଲକ ଗୋଡା ରାଇମୂଳ ରେ ଚତୁର୍ଦ୍ଧଶ ବାର୍ଷିକ  ବିଶ୍ଵଶାନ୍ତି ମହାଯଜ୍ଞ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ପୀଠରେ ଅନୁଷ୍ଠିତ ହୋଇଯାଇଛି। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡୀ ଯଜ୍ଞ ଆଦି ରୀତିନୀତିରେ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ମିଶ୍ର , ପ୍ରଚାରକ ବିପିନ କୁମାର ପଣ୍ଡା, ଅଭିଷେକ ବିକାଶ କୁମାର ପଣ୍ଡା, ଚଣ୍ଡୀ ପାଠ କାମୁ ପାଣୀ ମିଶ୍ର ,

ଉପ ପ୍ରଚାରକ ଲୋକନାଥ ଦାସ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଯଜ୍ଞ କାର୍ଯ୍ୟରେ ଗୋଡ଼ା ରାଇମୂଲ ଗ୍ରାମବାସୀ ସହଯୋଗ କରିଥିଲେ।ଏହି ଅଵସରରେ ପୂର୍ଵତନ ମୃଖ୍ୟମନ୍ତ୍ରୀ। ସ୍ୱର୍ଗତ ୰ ଜାନକୀ ବଲ୍ଲବ ପଟ୍ଟନାୟକ ଙ୍କ ସୁପୁତ୍ର ପୃଥିବୀ ରାଜ ପଟ୍ଟନାୟକ ଉକ୍ତ ଆନୁଷ୍ଠାନିକ କାର୍ଯକ୍ରମ ତଥା ଵାବା ଙ୍କ  ଆଶ୍ରୀବାଦ ଭିକ୍ଷା କରି ବିଦାୟ କାଳୀନ ସମୟରେ  ସ୍ୱଳ୍ପ ସମୟ ଭିତରେ  ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ଗ୍ରମର,

ଅନେକ ବୁଦ୍ଧିଯିବୀ,ପିତୃତୁଲ୍ୟ-ମାତୃତୁଲ୍ୟ ବାପା,ମା ଙ୍କୁ ଆନ୍ତରିକତାର  ଭଲ,ମନ୍ଦ ର ବାର୍ତ୍ତାଳାପ ସତେ କି, ଆମ ପରିବାରର ଅନେକ ଦିନର କିଛି ଗାଥା ଯାହା ନିଜେ ଆତ୍ମଵିଭୋର ହୋଇ ଆଖି ର ଲୁହକୁ ଯଗିପାରିନଥିଲେ।ପରିଶେଷରେ ସମସ୍ତ ଗ୍ରାମବାସୀ ଙ୍କୁ ନମ୍ରତାର ସହ ଧନ୍ୟବାଦ ଦେବା ସହିତ ସିକୋ ଅଞ୍ଚଳରୁ  ଆସିଥିବା ପ୍ରମୂଖ ଵ୍ୟକ୍ତି  ଜୟ ସାର୍, ଵଳଭଦ୍ର ସାର୍ ଭାଗିଵାଵୁ,ସାମ୍ଵାଦିକ ଅଜୟ କୁମାର ସେଠୀ,ସାମ୍ଵାଦିକ ସଞ୍ଜୟ ବାହୁଵଳେନ୍ଦ୍ର ଙ୍କ ଠାରୁ ବିଦିୟ ନେଇଥିଲେ।