ବାଜି ରାଉତ କଲେଜ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନ :-> ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଇଂରାଜୀ ବିଭାଗ ଅଧ୍ୟାପକ ଅନିଲ କୁମାର ଧୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଯାପନ କରି କହିଥିଲେ ଯେ ଆଜିର ସମାଜ ରେ ନାରୀ ନିର୍ଯାତନା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଘରେ ହେଉ କି ବାହାରେ ସବୁ ସ୍ଥାନରେ ନାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ନିଜେ ନିଜର ସୁରକ୍ଷା ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ନେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଗୌରାଙ୍ଗ ଚରଣ ମହାରଣା ଯୋଗଦେଇ ସମାଜରେ ନାରୀ ମାନଙ୍କ ଭୂମିକା ଏବଂ ତାଙ୍କର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ ।

ଅଧ୍ୟାପିକା ଅନ୍ନପୂର୍ଣ୍ଣା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ପ୍ରମୋଦିନୀ ମାଝୀ ଯୋଗଦେଇ ୧୧୩ ଜଣ ଛାତ୍ରୀ ଙ୍କୁ ୩ ଟି ଗ୍ରୁପ ରେ ଜୁଡୋ, କରାଟେ ପ୍ରଶିକ୍ଷଣ ଦେଇଥିଲେ ।