ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ବଣ୍ଟନ – ବିଧାୟକ

୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବିଧାୟକ :-> ନୟାଗଡ଼ ଶ୍ରମ ବିଭାଗ ତରଫରୁ ଆଜି ପଠାଣି ସାମନ୍ତ ଅଡିଟରୀୟମ ଠାରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ବଣ୍ଟନ କରା଼ଯାଇଛି ! ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଯୋଗ ଦେଇ ଥିଲେ !

ତାଙ୍କର କିଛି କାମ ଥିବାରୁ ସଭା ଅଧାରେ ଛାଡି ଚାଲିଯାଇଥିଲେ “ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଓ ମୁନିସିପାଲିଟି ର ଅଧ୍ୟକ୍ଷା ନିରୁପମା ଖଟେଇ ସହାୟତା ରାଶି ପାଇଁ ଆସିଥିବା ଲୋକ 672ଜଣ ହିତାଧିକାରୀ କୁ 4କୋଟି 75ଲକ୍ଷ୍ୟ ବଣ୍ଟନ କରିଥିଲେ !

ନୟାଗଡ଼ ବିଧାୟକ ନିର୍ମାଣ ମାନଙ୍କ ଉର୍ନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ! ନିର୍ମାଣ ଶ୍ରମିକ ମାନେ ଅଧିକ ଉପକୃତ ହେଲେ ସମାଜ ର ପରିବର୍ତନ ଆସିବ ବୋଲି ମତ ରଖିଥିଲେ !

ସବୁ ସ୍ତର ର ଜନସାଧାରଣ ବିଭିନ୍ନ ଯୋଜନା ରେ କିପରି ଅଧିକ ଉପକୃତ ହେବେ ସେଥିନିମନ୍ତେ ପ୍ରୟାସ ଜାରିରଖିଛନ୍ତି ! ଆଜି 125ଜଣ ହିତାଧିକାରୀ କୁ 2କୋଟି 48ଲକ୍ଷ୍ୟ ଟଙ୍କା ର ରାଶି ପ୍ରଦାନ କରିଥିଲେ ! ଆଜି ର ଏହି କାର୍ଯ୍ୟକ୍ରମ ରେ ବହୁ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ !