ରାସନକାର୍ଡ ହିତାଧକାରୀଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ

୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳାବର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନ ଶୁଭାରମ୍ଭ ହୋଇଛି । ଏହି କ୍ରମରେ ହିଞ୍ଜିଳିକାଟୁ ବ୍ଳକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କୃଷକ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ଏହି ଅବସରରେ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି, ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ହେବା ନିମନ୍ତେ ନବୀନ ଓଡ଼ିଶା ସର୍ବଦା ସଂକଳ୍ପବଦ୍ଧ ।

ଏହି ଜନ ମଙ୍ଗଳ ଆହ୍ବାନ ପ୍ରତି ତତ୍ପର ହେବା ପାଇଁ ଅତିଥି ମାନେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଘୋଷଣ ଅନୁଯାୟୀ ରାସନ କାର୍ଡ ହିତାଧିକାରୀଙ୍କୁ ପରିବାର ପିଛା ୧୦୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ପୋଲେଇ, କାଳୀ ଦଳାଇ ଓ ଯୋଗାଣ ସହାୟକ ସୁବାଷ ରାଉତ ପ୍ରମୁଖ ସହଯୋଗ କରିଥିଲେ ।