ଶିକ୍ଷକ ଛାତ୍ରଛାତ୍ରୀଙ୍କ ଭାଗ୍ୟବିଧାତ ଓ ପିଲାମାନେ ଭବିଷ୍ୟତ ରାଷ୍ଟ୍ର ନିର୍ମାତା’ ପୂର୍ବକୋଟ ବିଦ୍ୟାଳୟର ବାର୍ଷିକୋତ୍ସବ

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :-> ଶିକ୍ଷକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ବିଧାତା ଓ ପିଲାମାନେ ଭବିଷ୍ୟତ ରାଷ୍ଟ୍ରନିର୍ମାତା ବୋଲି ପୂର୍ବକୋଟ ସରକାରୀ ଉଚ୍ଚ ପ୍ରାଥମିକ ବାର୍ଷିକୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ହୋଇଥିଲା ବେଳେ ମୁଖ୍ୟଅତିଥ୍‌ ଭାବେ କୋରାଇ ଶିକ୍ଷା ମଣ୍ଡଳ ଅଧୁକାରୀ ସୁଦର୍ଶନ ମଲ୍ଲିକ ଯୋଗଦେଇ ଶିକ୍ଷକ-ଛାତ୍ରଛାତ୍ରୀ-ଅଭିଭାବକ ଗୋଟିଏ ସରଳ ରେଖାରେ ରହିଲେ ଶିକ୍ଷାର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ବ୍ୟାସନଗର ସଂୟ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ମାଝୀ ଯୋଗଦେଇ ପିଲାଙ୍କ ଶୈକ୍ଷିକ ବିକାଶ ସହ ବୌଦ୍ଧିକ ବିକାଶ କରାଯିବା ଉଚିତ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବବ୍ରତ ମହାନ୍ତି, ବନମାଳୀ ଆଚାର୍ଯ୍ୟ, କୈଳାସ ଚନ୍ଦ୍ର ଖଟୁଆ, ବିଜୟ କୁମାର ଶତପଥୀ, ଜିଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ନାୟକ, ବ୍ଲକ ସମ୍ପାଦକ ନୃସିଂହ ନାରାୟଣ ମିଶ୍ର, ଅଧ୍ୟାପକ ମଳୟ କୁମାର ମଲ୍ଲିକ, ପୂର୍ବତନ ସରପଂଚ ସୁଧାଂଶୁଶେଖର ବରାଳ,

ସମାଜସେବୀ ମାୟାଧର ନାୟକ, ସାମ୍ବାଦିକ ପବିତ୍ର ମୋହନ ରାଉତ ରାୟ, ପ୍ରଧାନ ଶିକ୍ଷକ ବସନ୍ତ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ରାଉତ, ଶିକ୍ଷକ ସୁଶାନ୍ତ କୁମାର ନାୟକ, ପ୍ରଫୁଲ୍ଲ କୁମାର ରାଉତ, ଶରତ କୁମାର ଦାସ, ଗଣେଶ୍ଵର ଜେନା, ଲମ୍ବୋଧର ଜେନା, ଲକ୍ଷ୍ମଣ ଆଚାର୍ଯ୍ୟ, ବିଭୁତି ଭୂଷଣ ପେରାଇ, ପ୍ରଫୁଲ୍ଲ କୁମାର ନାୟକ, ଶିକ୍ଷାକମିଟି ସଭାପତି ସଞ୍ଜୟ “ପରାଇ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ କେତେକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଗୁରୁପୂଜନ ସ୍ବରୂପ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ବେଳେ ଶିକ୍ଷକ ସୁଶାନ୍ତ କୁମାର ବାହାଲିଆ ପୁରସ୍କାର ବିତରଣକୁ ସଂଚାଳନା କରିଥିଲେ । ସିଆରସିସି ପ୍ରଫୁଲ୍ଲ କୁମାର ନାଥ ଧନ୍ୟବାଦ ଦେଇଥିଲେ ।

ପରିଚାଳନାରେ ଶିକ୍ଷକ ବିଧୁଭୁଷଣ ମହାପାତ୍ର, ନଗେନ୍ଦ୍ର ଖଟୁଆ, ସୁବାସ ତ୍ରିପାଠୀ, ଭଗବାନ ମାଝୀ, ଶିକ୍ଷୟିତ୍ରୀ କଳ୍ପନା ନାୟକ, ନଳିନୀପ୍ରଭା ପଣ୍ଡା, ନମିତା ଜେନା ପ୍ରମୁଖ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ପରିଚାଳନା ପରିଷଦର ସମସ୍ତ ସଭ୍ୟ/ସଭ୍ୟା, ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।