ବେଆଇନ ଭାବେ ବାଲି ଚାଲାଣ ୫ଟି ଟ୍ରାକ୍ଟର ଜବତ ସହ ୭୫ ହଜାର ଟଙ୍କା ଜୋରିମାନା ଆଦାୟ

୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପଡ଼ିଆ :-> ମୋଟୁ ତହସିଲଦାର ମଧୁସୁଦନ ମାଝୀ ଓ ପଡ଼ିଆ ରାଜସ୍ବ ନୀରିକ୍ଷକ ଚିନ୍ମୟ ମହାପାତ୍ର ମିଳିତ ଭାବେ ବେଆଇନ ବାଲି ଚାଲାଣ କରାଯାଉଥିବା ୫ଟି ଟ୍ରାକ୍ଟର ଜବତ କରିବା ସହ ୭୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଵା ଜଣାପଡିଛି ।

ସୂଚନା ଅନୁଯାୟୀ , ମୋଟୁ ତହସିଲଦାର ମଧୁସୁଦନ ମାଝୀ ଓ ପଡ଼ିଆ ରାଜସ୍ବ ନୀରିକ୍ଷକ ଚିନ୍ମୟ ମହାପାତ୍ର ଏକ ଟିମ୍ ସାବେରୀ ନଦୀର ବିଭିନ୍ନ ଘାଟ ଚଢ଼ାଉ କରିଥିଲେ । କମାର ଗୁଡା ଗ୍ରାମର ତନ୍ଦଗୁଡା ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ୫ଟି ଟ୍ରାକ୍ଟର ଜବତ କରିଥିଲେ । ଏ ମାନଙ୍କ ଠାରୁ ମୋଟ ୭୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।