ତ୍ରୟ ମାସିକ ଶିଶୁକିଶୋର ପତ୍ରିକା, କୃପାନେତ୍ରର ୧୫ ତମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ପାଳନ

୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବାଲିପାଟଣା :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ନିକଟ ଅନ୍ତର୍ବେଦୀମଠ, ପବିତ୍ର ତ୍ରିବେଣୀ ଘାଟ ଠାରେ ତ୍ରୟ ମାସିକ ଶିଶୁ କିଶୋର ପତ୍ରିକା କୃପା ନେତ୍ରର ୧୫ତମ ବାର୍ଷିକ ଉତ୍ସବ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ,, ଆମ ଗାଁ ଆମ ସାହିତ୍ୟ ,, ର ମିଳିତ ସହଯୋଗରେ ଅନୁଷ୍ଟିତ ହୋଇଅଛି । ଏହି ଉତ୍ସବଲାଗି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ସାଧାରଣ ଗ୍ୟାନ, ବକୃତା, ଗଳ୍ପ, କବିତା, ଲିଖନ, ଓ ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବନ୍ଦେ ଉତ୍କଳ ମହାସଂଘର ଅଧକ୍ଷ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ସମାଜ ସେବୀ ସତ୍ୟପ୍ରିୟ ବେହେରା, କୃପା ନେତ୍ରର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତି, ପୁର୍ବତନ ସରପଞ୍ଚ କାଶୀନାଥ ବାରିକ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ଓ କିଶୋରମାନଙ୍କର ବୈଧିକ ଗ୍ୟନର ବିକାଶ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଥିବାରୁ ଏହାର ଭୂୟସୀ ପ୍ରଶଂସା କରିଥିଲେ ।ଏଥିରେ ଅନୁଷ୍ଠାନର ସଂପାଦକ ରବୀନ୍ଦ୍ର ନାଥ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିବେଳେ ମଞ୍ଚ ପରିଚାଳନ।ରେ ଦେବେନ୍ଦ୍ରନାଥ ସେନାପତି, ଏବଂ ସୁଜାତା ଦାଶ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ରବୀନ୍ଦ୍ର ସାହୁ,ପ୍ରତାପ ବେହେରା, ଟୁଲୁ ସାହୁ, ସୁରେନ୍ଦ୍ରନାଥ ସାହୁ, ପ୍ରଦୀପ୍ତ ପାତ୍ର, ପୁଷ୍ପଲତା ପାତ୍ର, ଜ୍ଞାନରଞ୍ଜନ ପାତ୍ର ଏବଂ ବିନୋଦ ଷଡ଼ଙ୍ଗୀ ସମେତ ଅନୁଷ୍ଟନର ବହୁ କର୍ମକର୍ତ୍ତା ।