କୋରାଇ ବ୍ଲକରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ : ୧୩ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କୋରାଇ :-> ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ପାଳନର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ କୋରାଇ ବ୍ଳକରେ ପ୍ରତିଭା ସମ୍ବର୍ଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଜୟନ୍ତୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥ୍‌ ଭାବେ ବିଡିଓ ଅଶୋକୁମାର ମାଝୀ,

ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇ ଓଡ଼ିଶା ବାସୀଙ୍କ ଅସ୍ମିତା ଓଡ଼ିଆ ଭାଷା,ତାହା ଶାସ୍ତ୍ରୀୟ ମାନ୍ୟତା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି । ସେହି ଭାଷାକୁ ବିଶ୍ଵ ଦରବାରରେ ପହଂଚାଇବା ପାଇଁ ସାହିତ୍ୟିକମାନେ ମୁଖ୍ୟ ମାଧ୍ୟମ ବୋଲି ବିଡିଓ ଶ୍ରୀ ମାଝୀ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ।

କାର୍ଯ୍ୟକ୍ରମକୁ ବାଇଧର ମାଝୀ ପରିଚାଳନା କରିଥିଲେ । ଏହି ଅବସରରେ ପଂଚାୟତିରାଜ ଓ ଓଡିଶା ସରକାରଙ୍କ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିବା ପ୍ରତିଭା ବରିଷ୍ଠ ଗୀତିକାର ନନ୍ଦକିଶୋର ସିଂହ, ଅନୁବାଦକ ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଟିଆ,

 

ଭାଷାବିତ ପ୍ରାଧ୍ୟାପକ ଶିବଚରଣ ମାଝୀ, କବି ଦୟାନିଧୂ ନାୟକ, ଶିଶୁସାହିତ୍ୟିକଅଧ୍ୟାପକ ମଳୟ କୁମାର ମଲ୍ଲିକ, ଔପନାସିକା ଡକ୍ଟର ପ୍ରଜ୍ଞାପ୍ରବର୍ତିକା ଦାଶ, ବ୍ୟଙ୍ଗକବି ବାଇଧର ମାଝି, ନାଟ୍ୟକାର ବିନୋଦ ବିହାରୀ ସାହୁ, ପ୍ରାବନ୍ଧିକ ଅଶୋକ କୁମାର ପତି, ବରିଷ୍ଠକବି ନବଘନ ସ୍ଵାଇଁ, ଆଶୁକବି କୈଳାସ ପାତ୍ର, ଅଧ୍ୟାତ୍ମିକବାଦୀ ଗୀତିକାର ସେକ ନସମୂଲ ଗର୍ନି,

ସାହିତ୍ୟ ସଙ୍ଗଠକ ଭୁବନମୋହନ ମାହାନ୍ତି ପ୍ରମୁଖ ୧୩ଜଣଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଠିକ ପୂର୍ବାହ୍ନ ୧୧ଟା ସମୟରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲା ବେଳେ ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀକୁ ଅଭାସୀ ମାଧ୍ୟମରେ ପର୍ଶିତ କରାଯାଇଥିଲା ।

ଶେଷରେ ଆରଡବ୍ଲ୍ୟୁଏସଏସ ଯନ୍ତ୍ରୀ ସୁଧାକର ପାଶ୍ଚା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଗାୟକ ପ୍ରଫୁଲ୍ଲ ଆଚାର୍ଯ୍ୟ ଓ ଗାୟକ ଅଜୟ ଦାଶଙ୍କ ତାଙ୍କ ସାଥୀଙ୍କ ଦ୍ବାରା ବାଦିପାଲା ପରିବେଶଣ କରିଥିଲେ । ପରି ଚାଳନାରେ ଉତମନୁମାର ରଣା, ରାଜେଶ ରଞ୍ଜନ ଦାସ,

ଅଯୋଧ୍ୟା ରାୟସାମନ୍ତ ପ୍ରମୁଖ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲା ବେଳେ ବିଭିନ୍ନ ଅଂଚଳରୁ ଆସିଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଉପସ୍ଥିତ ଥିଲେ ।