ନୂଆଗଡ଼ ପଞ୍ଚାୟତ ସମିତି ସପ୍ତମ ସାଧାରଣ ବୈଠକ : ଅନୁପସ୍ଥିତ ଥିଲେ କେତେକ ବିଭାଗର କର୍ମଚାରୀ

୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ମଧ୍ୟରେ ବ୍ଲକ ଅଧକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଉପାଧକ୍ଷ ନିହୀମିୟା ରଇତ, ଗୋଷ୍ଠି ଉନ୍ନୟନ ଅଧିକାରୀ ଲୋକନାଥ ଶବର, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ତଥା ପିଇଓ ନରସିଂହ ମିଶ୍ର ଉପସ୍ଥିତ ହୋଇ ମଞ୍ଚାସିନ ହୋଇଥିଲେ .

ଏଥିରେ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ବିଷୟରେ ବିଭାଗୀୟ ଅଧିକାରୀ ମାନେ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ ସହ ଆଲୋଚନା କରିଥାନ୍ତି। କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଅନୁଯାୟୀ ପଞ୍ଚାୟତ ସମିତିର ସାଧାରଣ ବୈଠକକୁ ସ୍ବାସ୍ଥ୍ୟ ବିଭାଗ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ବିଦ୍ୟୁତ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ, ମତ୍ସ୍ୟ ବିଭାଗ, ବନ ବିଭାଗ,ପୂର୍ତ୍ତ ବିଭାଗ, ଜଳଯୋଗାଣ ଓ ପରିମଳ ବିଭାଗ କର୍ମଚାରୀ ଅନୁପସ୍ଥିତ ରହିଥିଲେ। ଏହି ବିଭାଗର କର୍ମଚାରୀ ଅନୁପସ୍ଥିତ ଯୋଗୁ କ୍ଷୋଭ ପ୍ରକାଶ କଲେ ବିଧାୟକ । ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠା ଗ୍ରହଣ କରିବାକୁ ପ୍ରତିନିଧିମାନେ ଦାବି କରିଥିଲେ ।

ଏହି ଅଧିକାରୀମାନେ ବୈଠକରେ ଯୋଗନଦେରୁ ଏହି ବିଭାଗ କଣ କଣ କାର୍ଯ୍ୟକ୍ରମ କରାଯାଉଛି ନଯାଣିପାରି ନିରାଶହେଲେ ଜନପ୍ରତିନିଧିଗଣ । ପ୍ରଥମେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପିଇଓ ନରସିଂହ ମିଶ୍ର ପୂର୍ବ ବୈଠକର ବିବରଣି ପାଠ କରି ଶୁଣାଇଥିଲେ । ଏଥିସହ ଶିକ୍ଷା, ମହିଳା ଓ ଶିଶୁ ବିକାଶ, କୃଷୀ, ଉଦ୍ୟାନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ, ସମ୍ମାନିତ ଆଦିବାସୀ ଉନ୍ନୟନ ଓ କଲ୍ୟାଣ ଯୋଜନା,

ଜଳଛାୟା ବିକାଶ ଓ ମୃତ୍ତିକା ସଂରକ୍ଷଣ ବିଭାଗ ମାନଙ୍କର କେଉଁ କେଉଁ ସ୍କୀମ ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ହୋଇଛି ଏବଂ ଆଗକୁ ହେବାକୁ ଅଛି ସେବିଷୟରେ ବିଭାଗୀୟ ଅଧିକାରୀମାନେ ସମସ୍ତଙ୍କ ସମ୍ମୁଖରେ ଜଣାଇ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟତଃ ବ୍ଲକର ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପରିମଳ, ବିଦ୍ୟୁତ୍, ଗ୍ରାମାଞ୍ଚଳରେ ରାସ୍ତା ସମସ୍ୟା ନେଇ ଜନ ପ୍ରତିନିଧି ଅଭିଯୋଗ କରିଥିଲେ। ଏଥିରେ ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଗ୍ରାମ ସେବକ ଗଣ ଏବଂ କେତେକ ଲାଇନ ଡିପାର୍ମେଣ୍ଟ ଉପସ୍ଥିତ ଥିଲେ। ଜିପିଇଓ ନରସିଂହ ମିଶ୍ର ବୈଠକକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଜଣାଇଲେ।