ଆମଣ ଦୁଇ ଦିନି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ପ୍ରତାପନଗରୀ ଚମ୍ପିୟାନ

୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଆମଣ ଖେଳପଡିଆ ଆମଣ ପୋର୍ଟସ ଆଣ୍ଡ କଲଚୁରାଲ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଫୁଟବଲ ଟିମ ଅଂଶ ଗ୍ରହଣ କରିଥିଲେ । ଆମଣ ସରପଞ୍ଚ ମାନସୀ ପୃଷ୍ଟି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।

ଉଦଯାପନୀ ଉତ୍ସବରେ କଟକ ଜିଲ୍ଲା ପରିଷଦ ୪ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ , ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ, ସିଭିରମଣ କଲେଜର ମୁଖ୍ୟ ମନୋଜ କୁମାର ନାୟକ, ଶିବ ଚରଣ ପୃଷ୍ଟି ,ବାବାଜି ଭୋଳ,ବିପ୍ର ଚରଣ ଭୋଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ପ୍ରତାପନଗରୀ ର ପ୍ରତାପ କ୍ଲଵ ଫୁଟବଲ ଟିମ ବନାମ ଗଣ୍ଡରପୁର ଫୁଟବଲ ଟିମ ମଧ୍ୟରେ କରାଯାଇଥିଲା ।

ପ୍ରତାପନଗରୀ ଚମ୍ପିୟାନ ହୋଇଥିଲା ବେଳେ ଗଣ୍ଡରପୁର ରନର୍ସ ହୋଇଥିଲା । ଅତିଥି ମାନେ ଚମ୍ପିୟାନ ପ୍ରତାପନଗରୀ ଟିମକୁ ଚମ୍ପିୟାନ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲାବେଳେ ଗଣ୍ଡରପୁର ଟିମକୁ ନଗଦ ୫ ହଜାର ଟଙ୍କା ସହିତ ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ଆମଣ ପୁଟବଲ ଆସୋସିଏସନର ସଭାପତି ନିରଞ୍ଜନ ବେହେରା, ସଂପାଦକ ଲକ୍ଷ୍ମୀଧର ଭୋଳ, ବାଦଲ କୁମାର ସେଠୀ, ଦୟାନିଧି ବେହେରା, ବୁଲବୁଲ ଭୋଇ,ଗଗନ ଭୋଇ, ସୁବାସ ଭୋଇ,ବଚନ ଭୋଇ , ଧିରେନ୍ଦ୍ର ଭୋଇ ଦିବାକର ସାମଲ ପ୍ରମୁଖ ଦୁଇ ଦିନ ଧରି କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ ।