ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

୨୬ ଜାନୁଆରୀ ୨୦୨୪(ଓଡ଼ିଶା ତାଜା ନ୍ୟୁଜ) ଢେଙ୍କାନାଳ : -> ଆଜି ଜିଲ୍ଲା ସଦର ମହକୁମାରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସକାଳ ୮:30ମି ସମୟରେ ଜିଲ୍ଲା ମୁଖ୍ୟ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ କରିଛିନ୍ତି l

ମହାପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ଦେଶ ଗଠନ ରେ ଢେଙ୍କାନାଳ ଜିଲ୍ଲାର ବରପୁତ୍ରଙ୍କ ଅବଦାନ ଅବିସ୍ମରଣୀୟ, ଏହା ଆମ ସମସ୍ତଙ୍କର ଉତ୍ତରଦାୟିତ୍ଵ ଯେ,ଆମେ ସମସ୍ତେ ଏକ ସମୃଦ୍ଧ ଓଡିଶା ଗଠନରେ ଭାଗୀଦାର ହେବାକୁ ପଡିବ ବୋଲି ପ୍ରକାଶ କରିଥିଲେ

ଏହି ଅବସରରେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଟୁନୁ ସାହୁଙ୍କ ନେତୃତ୍ବରେ ପୋଲିସ ବାହିନୀ ଓ ବ୍ୟାଣ୍ଡ୍ ଏବଂବିଭିନ୍ନ ଶିକ୍ଷାନୁଷ୍ଠାନର ପରେଡ୍ ଦଳ ପରେଡ୍ କରି ଜାତୀୟ ପତାକା କୁ ସମ୍ମାନ ପ୍ରଦର୍ଶନ କରିଥିଲେ l ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l

ଏଥିରେ ରୟାଲ୍ ଇଣ୍ଟରନେସନାଲ ପବ୍ଲିକ୍ ସ୍କୁଲ୍, ସେଣ୍ଟ ଜାଭିଅର ସ୍କୁଲ, ଆନନ୍ଦ ମାର୍ଗ ପବ୍ଲିକ୍ ସ୍କୁଲ୍ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରମାନଙ୍କ ଦ୍ଵାରା ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଆରୋଗ୍ୟମ ଯୋଗ ଏବଂ ୱେଲଫେଆର ଆସୋସିଏସନ,ମହିମା ଯୋଗ ଏବଂ ୱେଲନେସ୍ ଟ୍ରଷ୍ଟ ପକ୍ଷରୁ ଯୋଗାଭାସ ପ୍ରଦର୍ଶନ କରାଯାଇଥିଲା l

ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ବାହିନୀ ଭାବେ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟର ବାଳିକା ଦଳକୁ ମୁଖ୍ୟମନ୍ତ୍ରୀ ଙ୍କ ରନିଂଗ ସିଲ, ଆନନ୍ଦ ମାର୍ଗ ସ୍କୁଲ ବାଳିକାଙ୍କୁ ଜିଲ୍ଲା ପ୍ରଶାସନ ରନିଂଗ ସିଲ, ମନଫର୍ଟ ସ୍କୁଲ ବାଳକ ଦଳକୁ ବୈଜ୍ଞାନିକ ଡ ଦାଶରଥି ମିଶ୍ର ରନିଂଗ ସିଲ ଏବଂ ସେଣ୍ଟ ଜାଭିଅର ସ୍କୁଲ ବାଳିକା ଗାଇଡ ଦଳଙ୍କୁ ଶ୍ରୀ ରୁଦ୍ରନାରାୟଣ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା l

ଏହି ଜାତୀୟ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଦିଲ୍ଲୀପ କୁମାର ବିଶ୍ଵାଳ, ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦଙ୍କ ସମେତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ଲୋକପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ଏବଂ ଜନସାଧାରଣ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଅବନୀ କୁମାର ମିଶ୍ର ସଂଯୋଜନା କରିଥିଲେ l ସେହିପରି ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ବରିଷ୍ଠ ଶିକ୍ଷୟତ୍ରୀ ଉର୍ମିଲା କର ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରି ଆଜି ଦିବସର ମହତ୍ଵ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ l

ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୁତିଆ, ପ୍ରଶାନ୍ତ କୁମାର ସାହୁ, ସାଗରିକା ପଣ୍ଡା, ଉପାସନା ନାଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେl ସହର ଉପକଣ୍ଠରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ଏହି ଜାତୀୟ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ପିଲାମାନଙ୍କୁ ଦେଶପ୍ରେମୀ ତଥା ସତ୍ୟ ଧର୍ମ ନ୍ୟାୟ ର ମାର୍ଗ ରେ ଚାଲିବା ସହିତ ସାରା ପୃଥିବୀକୁ ନିଜର କୁଟୁମ୍ବ ରୂପେ ବିବେଚନା କଲେ ରାମ ରାଜ୍ୟ ପ୍ରତିଷ୍ଠା ହୋଇ ପାରିବ ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

ସେହିପରି ଜିଲ୍ଲା ଉପନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ୭୫ ତମ ସାଧାରତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉପନିର୍ବାହି ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ପତାକା ଉତ୍ତୋଳନ କରିଥିଲେ । ଦେଶାତ୍ମକ ସଙ୍ଗୀତ ଗାନ କରିବା ସହିତ ବରପୁତ୍ର ମାନଙ୍କ ନାରାବାଜି ଦେଇଥିଲେ। ଏଥିରେ ରଞ୍ଜନ କୁମାର ପରିଡ଼ା (କନିଷ୍ଠ ଯନ୍ତ୍ରୀ ) ,ରାକେଶ କୁମାର ବେହେରା,ଚକ୍ରଧର ପ୍ରଧାନ,ଅମୂଲ୍ୟ ନାୟକ ଓ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ ଏହି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।

ସେହିପରି ଢେଙ୍କାନାଳ ଅବସର ପ୍ରାପ୍ତ ସୈନିକ ସଂଘ ତରଫରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି l ଏହି ଅବସରରେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ସହିଦ ମିନାରରେ ଦିଗବନ୍ତ ସହିଦଙ୍କୁ ମାଲ୍ୟାର୍ପଣ କରିଛନ୍ତି ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋରଞ୍ଜନ ମଲ୍ଲିକ। ଶ୍ରୀ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଯୋଗଦେବା ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲାର ସମସ୍ତ ମୁଖ୍ଯ ସମ୍ବାଦପତ୍ରର ସାମ୍ବାଦିକ ମାନେ ଯୋଗଦାନ କରିଥିଲେ।

ଏହି ଉତ୍ସବରେ ସଭାପତିଙ୍କ ସହିତ ଉପଦେଷ୍ଟା ଭ୍ରମରବର ଦଳାଇ, ଦୁର୍ଯ୍ୟୋଧନ ବେହେରା, ଉପସଭାପତି ବିମଳ କୁମାର ଶତପଥି, ବିଭୁତିଭୁଷଣ ନନ୍ଦ, ସମ୍ପାଦକ ସୁବାସ ଚନ୍ଦ୍ର ହୋତା, କୋଷାଧ୍ୟକ୍ଷ ଅଖିଳ କୁମାର ରାଉତ, ବଟକୃଷ୍ଣ ସାହୁ, ରାମଚନ୍ଦ୍ର ମୁକୁଟ, ଜୀବନ ବାଗ, ହାଡିବନ୍ଧୁ ଦାସ, ନୃସିଂହ ଚରଣ ସାହୁ, ରଞ୍ଜିତ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ବାରିକ, ଦାଶରଥି ବରାଳ, ଗଣେଶ୍ବର ପଣ୍ଡା, ନିରଞ୍ଜନ ସାହୁ,ଭାଗିରଥି ସାହୁ ଆଦି ସଦସ୍ଯ ମାନେ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିଥିଲେ।

ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ୭୫ତମ ସାଧାରଣନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଛି।ଏଥିରେ ଶ୍ରୀ ଦିତିକୃଷ୍ଣ ମଲିକ ପତକା ଉତ୍ତୋଳନ କରିଥିଲେ ।ଏଥିରେ ଗୋପାଳ ଚନ୍ଦ୍ର ସାହୁ ,ଜିତେନ୍ଦ୍ର କୁମାର ଦାସ ,ଏବଂ ବ୍ୟାଙ୍କ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଦେଶାତ୍ମକ ସଙ୍ଗୀତ ଗାନ କରିବା ସହିତ ବରପୁତ୍ର ମାନଙ୍କ ନାମରେ ନାରା ବାଜି ଦେଇଥିଲେ ।