ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ #ନୂଆ-ଓ  ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ 

୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) କୋରାଇ :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ’ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରାସର ନିମନ୍ତେ ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା’ ଉଦ୍‌ଯାପିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥ୍ ଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଭାଷା ଆମର ପରିଚୟ; ସାହିତ୍ୟ ମାଧ୍ୟମରେ ଭାଷାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇପାରିବା ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ।

ସମ୍ମାନିତ ଅତିଥିଭାବେ ଇନ୍ଦିରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଲଳିତା ସାହୁ ଯୋଗଦେଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲା ବେଳେ ଆମେ ସେହି ଭାଷାକୁ ବ୍ୟାପକ କରିବା ଲାଗି ତପ୍ତରହେବ ଉଚିତ ବୋଲି କହିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଅନୁଷ୍ଠିତ #‘ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା’ରେ ଓଡ଼ିଆ କବିତା ଲିଖନ,

ଓଡିଆ ପ୍ରବନ୍ଧ ଲିଖନ, ଓଡିଆରେ ବକ୍ତୃତା ଓ କାହାଣୀ, ଓଡ଼ିଆ କବିତା ପଠନ, ଓଡ଼ିଆ ଗୀତ, କୁଇଜ ପ୍ରତିଯୋଗିତା ଓ ଓଡ଼ିଆ ଲୋକ ନୃତ୍ୟ ସହ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଆଦି ୯ଟି କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ ।

ସଭା ପ୍ରାରମ୍ଭରେ ପିଲାମାନଙ୍କ ଦ୍ବାରା ସ୍ବାଗମ ସଙ୍ଗୀତ ଓ ଓଡିଶୀ ନୃତ୍ୟ ପରିବେଶଣ କରାଯାଥିଲା ବେଳେ ଅଧ୍ୟାପିକା ରୋଜଲିନ ଦାଶ ଅତିଥି ପରିଚୟ ଦେଇଥିଲା ବେଳେ ଅଧ୍ୟକ୍ଷ ଶ୍ରୀ ଜେନା ସ୍ବାଗତ ଭାଷଣ ଦେଇଥିଲେ । ଏହି ଅବସରେ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତିପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା ।

 

ଶେଷରେ ଓଡ଼ିଆ ବିଭାଗର ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଅଧ୍ୟକ୍ଷଙ୍କ ନୂତନ କାର୍ଯ୍ୟଳୟକୁ ବିଧାୟକ ଶ୍ରୀ ବଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ରୋଜାଲିନା ମାହାନ୍ତି, ସୁମିତ୍ରା ରାଉତ, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ,

ଅରୁଣ କୁମାର ମିଶ୍ର, ସନ୍ତୋଷ କୁମାର ଜେନା, ପଦ୍ମଭୁଷଣ ରାଉତରାୟ, ଜ୍ୟୋତିପ୍ରକାଶ ରାଉତ, ଚିତରଞ୍ଜନ ବଳ, ସୁବାସ ଚନ୍ଦ୍ର ସ୍ବାଇଁ, ହୃଷିକେଶ ତ୍ରିପାଠୀ, ଅଧ୍ୟାପିକା ଯାଜ୍ଞେଶ୍ଵରୀ ପଲେଇ, ତାରିଣୀ ତନୟା ସର, ଲିପ୍ସା ମିଶ୍ର, ଝୁନୁମଣୀ ଜେନା, ରୋଜାଲିନ୍ ଦାଶ, ସୁଚିସ୍ମିତା ବେହେରା, ଦିପ୍ତିମୟୀ ରାଉତ,

ଦେବଜାନୀ ଦାସ, ରାଜଲକ୍ଷ୍ମୀ ଦାସ, ଅନିମା ପ୍ରଧାନ, ଆଇଶା ପରିଡା ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଖ୍ୟକିରାଣୀ ପ୍ରଦୀପକୁମାର ପରିଡା, ପ୍ରଶାନ୍ତକୁମାର ପଲେଇ, ବିଚିତ୍ର ଦଳାଇ, ପ୍ରଦୀପ ଦାସ, ପ୍ରଶାନ୍ତ ଦାସ ଓ କବିତା କଲୋଳିନି ସିହ୍ନା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।