ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ପଡ଼ିଆ ଗସ୍ତ

୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଆଡମା ରାବା ଙ୍କ ଅଧ୍ୟକ୍ଷତାରେ ଆଜି ଜନଜାତି ଓ ଆଦିବାସୀ ବୋହୁଲ ଗ୍ରାମାଞ୍ଚଳ ଗୁଡ଼ିକରେ ପୁରାତନ ଦେବା ଦେବୀ ପୀଠ ସ୍ଥଳୀ ଗୁଡିକୁ ଲୋକାର୍ପଣ କରାଯାଇ ଅଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦ୍ଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ ଯୋଗଦେଇଥିଲେ l

ପଡିଆ ବ୍ଲକ ଧରମ ପାଲି ଠାରେ ଶ୍ରୀ ମାଝୀ ଙ୍କୁ ଭବ୍ୟ ସ୍ଵାଗତ କରାଯାଇ ପାଛୁଟି ନେଇଥିଲେ । ପଡିଆ ବ୍ଲକର ସମସ୍ତ ଜନପ୍ରତିନିଧି ଯୁବ ଛାତ୍ର ‌,ମହିଳା ଏବଂ ଏକ ବିଶାଳ ମଟର ସାଇକେଲ ଶୋଭା ଯାତ୍ରା ମାଧ୍ୟମରେ କୁମ୍ଭାର ଗୁଡା ମାଟେରୁ ଏଭଳି ବ୍ଲକର ୮ ଗୋଟି ପଞ୍ଚାୟତର ସବୁ ଦେବା ଦେବୀ ପୀଠ ସ୍ଥଳୀ ବୁଲି ପୀଠ ସ୍ଥଳୀ ଗୁଡ଼ିକର ଲୋକାର୍ପଣ କରିଥିଲେ ଶ୍ରୀ ମାଝୀ l

ଆଜିର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଜେଡି କର୍ମୀ ରାଜ୍ୟ ସ୍ତରୀୟ ପଦାଧିକାରୀ ଦଳୀୟ ପଦାଧିକାରୀ କର୍ମକର୍ତ୍ତା ସ୍ଥାନୀୟ ଯୁବ ଛାତ୍ର ମହିଳା ଜନ ପ୍ରତିନିଧି ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l