କୃଷି ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ 

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ନିରାକାରପୁର ସ୍ଥିତ ମାଳୁନି ପୋଖରୀ ଠାରେ କୃଷୀ ଓ କୃଷକ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହୋଇଯାଇଅଛି।ନିରାକାରପୁର ଆଚଳିକ କୃଷି କମିଟିର ସଂମ୍ପାଦକ ଧନଜଂୟ ପାଟ୍ଟଶାଣୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ନିରାକାରପୁର ଆଂଚଳିକ ଚାଷୀ କମିଟି ସଭାପତି ବିପିନ୍ ଜୟସିଂହ,

ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ନିରାକାରପୁର ଆଚଂଳିକ ଚାଷୀ ବିପିନ କୁମାର ରାଉତରାୟ, ବିଜୟ କୁମାର ଜୟସିଂହ, ଡମ୍ବରୁଧର ପରୀଡା ରବି ମାଝି, ଭାସ୍କର ପ୍ରଧାନ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ଚାଷୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ସ୍ଥାନୀୟ ଅଂଚଳର ଚାଷୀମାନେ କିଭଳି ଭାବରେ ଉନ୍ନତ ଧରଣର ଚାଷ କରି ଅଧିକ ଲାଭବାନ ହୋଇ ପାରିବେ ଏବଂ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ କିଭଳି ପ୍ରୋତ୍ସାହନ ମିଳି ପାରିବ ସେ ସଂମ୍ପର୍କେ ଆଲୋଚନା ହୋଇଥିଲା । ରବି ଋତୁରେ ସ୍ଥାନୀୟ ଅଂଚଳର ଚାଷୀମାନେ ରବି ଫସଲ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେ ସଂମ୍ପର୍କରେ ଗୁରୁତ୍ୱ ଦେଇଥିଲେ ।