ସଂଭାଗ କ୍ରୀଡା ଉଦଘାଟନ ଉତ୍ସବ

୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋରଧା :-> ଶିକ୍ଷା ବିକାଶ ସମିତି, ଓଡିଶା, ପୂର୍ବ ସଂଭାଗର ସଂଭାଗ କ୍ରୀଡା ୨୦୨୪ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଖୋରଧା ଠାରେ ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି l ଉକ୍ତ କ୍ରୀଡା ମହାକୁମ୍ଭ ରେ ନୟାଗଡ, ଜଗତସିଂହପୁର, ପୁରୀ, ଖୋରଧା ଜିଲ୍ଲା ର ଛାତ୍ରୀ ଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ l ଏକ ମନୋଜ୍ଞ ଏବଂ ଚିତାକର୍ଷକ ପରିବେଶ ରେ ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା lଉତ୍କଳୀୟ ସଂସ୍କୃତି ର ଅନନ୍ୟ ନିଦର୍ଶନ ଓଡିଶୀ ନୂତ୍ୟ ଛାତ୍ରୀ ଙ୍କ ଦ୍ୱାରା ପରିବେଷିତ ହୋଇ ସମ୍ପୂର୍ଣ୍ଣ ପରିବେଶ କୁ ମଧୁମୟ କରି ଗଢି ତୋଳିଥିଲା l ମୁଖ୍ୟ ଅତିଥି ଶ୍ରୀମତୀ ମହାପାତ୍ର ତାଙ୍କ ଅଭିଭାଷଣ ରେ ସଂଭାଗ ର ଉକ୍ତ କାର୍ଯ୍ୟକ୍ରମ କୁ ଭୂୟଶି ପ୍ରଶଂସା କରିବାସହ କ୍ରୀଡା ଏକ ପୂର୍ଣ୍ଣାଙ୍ଗ ମଣିଷ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାସହ ଏହା ମାନସିକ ସ୍ଥିରତା,ଶାରୀରିକ ସୁସ୍ଥତା ଏବଂ ବୌଦ୍ଧିକ ବିକାଶରେ ଯଥେଷ୍ଟ ସହାୟକ ହୋଇଥାଏ l କ୍ରୀଡା ବିନା ଶିକ୍ଷା ଅସପୂର୍ଣ୍ଣ l ଏହା ଶୃଙ୍ଖଳା, ସମୟାନୁବର୍ତ୍ତିତା, ପ୍ରତିଯୋଗିତା ମୂଳକ ମନୋଭାବ ଓ ଭାଇଚାରା ଭାବ ସୃଷ୍ଟି କରିଥାଏ ବୋଲି ସେ ମତ ପ୍ରକାଶ କରିଥିଲେ l ସଭାପତି ଭାବରେ କୁଳମଣି ମିଶ୍ର, ସଂଯୋଜକ, ଶିରୀଶ କୁମାର ହାତୀ ଏବଂ ପରିଚାଳକ, ଅର୍ଚନା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l