ଜୟ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ଦିବ୍ୟ ସ୍ୱାଗତ  

୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ, ଖୋରଧା :-> ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମିତ ଟାଙ୍ଗୀ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା କୁ ଦିବ୍ୟ ଶୋଭାଯାତ୍ରା ରେ ପାଛୋଟିନିଆଯାଇ ସଂକୀର୍ତନ , ବନ୍ଦାପନା, ହୁଳହୁଳି, ହରିବୋଲରେ ସମଗ୍ର ଅଞ୍ଚଳ ନିନାଦିତ ହେବାସହ ଅରୁଆ ଚାଉଳ, ଗୁଆ ଶ୍ରଦ୍ଧାଳୁ ମାନେ ଅର୍ପଣ କରିଥିଲେ l

ଉକ୍ତ ଅର୍ପଣ ରଥକୁ ପୁଷ୍ଠ ଭାଗରେ ଥାଇ ପାଛୋଟି ନେଇଥିଲେ ଶ୍ରମିକ କଲ୍ୟାଣ ବୋର୍ଡ ର ଅଧକ୍ଷା ଶ୍ରୀମୟୀ ମିଶ୍ର, ଜ୍ୟୋତିରିନ୍ଦ୍ରନାଥ ମିତ୍ର ବିଧାୟକ,ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର, ଟାଙ୍ଗୀ ବ୍ଲକ ଅଧକ୍ଷା ରିସନା ମାନନ୍ଧାତା ଏବଂ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ମାନେ l