ନୟାଗଡ଼ କପ୍ – ୨୦୨୪ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ : ସୁନାବେଡ଼ା – ଚମ୍ପିୟାନ

ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ କପ୍ – ୨୦୨୪ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଥୁଲା ଅନ୍ତିମ ତଥା ଫାଇନାଲ ଖେଳ । ଦୁଇ ଶକ୍ତିଶାଳୀ ଦଳ ଜାମସେଦପୁର ଟାଟା ଏବଂ ସାଇ ହାଲ ସୁନାବେଡ଼ା ଆଜି ଏଠାରେ ପରସ୍ପରକୁ ଭେଟି ଥିଲେ। ପ୍ରବଳ ଦର୍ଶକ ଭିଡ଼କୁ ଦୁଇ ଦଳର ଘମାଘୋଟ ଲଢେଇ ଏଠାରେ ଏକ ସୁନ୍ଦର ମହୋଲ ସୃଷ୍ଟି କରି ଥିଲା । ରିଫାରୀ ଭାବେ ରାଜୁ ମହାନ୍ତି, ଶଶିକାନ୍ତ ଦାସିଆ, ଦେବରାଜ ପାଇଁ, ଶେଷଦେବ ବେହେରା ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଖେଳର ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ସାଂସଦ ପୁରୀ ପିନାକୀ ମିଶ୍ର, ଆଜିର ଖେଳକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ତ ଅରୁଣ କୁମାର ସାହୁ, ରାଜ୍ୟ ସଭା ସାଂସଦ ଆମର ପଟ୍ଟନାୟକ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନୟକ, ବ୍ଳକ ଅଧକ୍ଷ କିଶୋର ସାହୁ ଏସ ପି ରାହୁଲ ଜୈନ, ପୌର ପଳିକା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇ କୃତି ଖେଳାଳି ଏବଂ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ପଡିଆ ମଧ୍ୟରେ ଖେଳାଳି ମାନଙ୍କ ସହ କର ମର୍ଦନ କରି ଥିଲେ |

ମଧ୍ୟନ୍ତର ମଧ୍ୟରେ ସୁନାଦେତା ଦଳ ଲଗାତାର ୨ ଟି ଗୋଲ ଏବଂ ଟାଟା ଦଳ ଗୋଟିଏ ଗୋଲ ଦେଇ ସୁନାବେଡ଼ା ୨ – ୧ ରେ ଆଗୁଆ ଥିଲା । ତେବେ ମଧ୍ୟାନ୍ତାର ପରେ ସୁନାବେଡ଼ା ଦଳର ୧୦ ନମ୍ବର ଖେଳାଳି କା କ ହେନ୍ତାଳ ପୁଣି ଏକ ଗୋଲ ଦେଇ ୩ – ୧ ରେ ଆଗୁଆ ରହି ଟାଟା ଦଳ ଉପରେ ଚାପ ସୃଷ୍ଟି କରିଥିଲେ ମଧ୍ୟନ୍ତାର ପରେ ୨୫ ମିନିଟ ରେ ଟାଟା ଦଳ ଗୋଟିଏ ଗୋଲ ମାରି ସ୍ଥିତିକୁ ୩ ୨ କୁ ଆଣି ଥିଲେ । ୭୮୬ ଶିନ୍ଦୁରିଆ ର ଶେଖ ୟୁସୁବ୍, ଅନୱର ଅଲ୍ଲୀ, ହଜରତ ଅଲ୍ଲୀ ଖାଁ, ଶେଖ ନାଇମ୍, ଶରିଫ ଖାଁ, ଲଢ଼ୁ, ପ୍ରମୁଖ ଉପସ୍ଥିତ ରହି ସମସ୍ତ ବିଷୟ ତଦାରଖ କରିଥିଲେ ।

 

ଶେଖ୍ ଅବଦୁଲ ଖାଳିକ, ଆଶୁତୋଷ ମିଶ୍ର ଓ ରାମକୃଷ୍ଣ ରଥ ଖେଜର ଧାରା ବିବରଣୀ ପ୍ରଦାନ କରିଥିଲେ । ଶେଷରେ ସୁନାବେଡ଼ା ଦଳ ଶେଷ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ୫ – ୨ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ହାସଲ କରି ଥିଲେ । ଆଜି ଚମ୍ପିୟାନ ଦଳକୁ ଚମ୍ପିୟାନ ଟ୍ରଫି ସହିତ ୫୦ ହଜାର ଟଙ୍କାର ଅର୍ଥ ରାଶି ମିଳି ଥିବା ବେଳେ ରାନରସ୍ ଅଫ୍ ଦଳକୁ ଟ୍ରଫି ସହିତ ୩୦ ହଜାର ଟଙ୍କା ମିଳିଥିଲା । ସୁନାବେଡ଼ା ଦଳର ୧୦ ନମ୍ବର ଖେଳାଳି ଅମଜଡ ଖାଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଥିଲେ । ଓଡ଼ିଶା ଫୁଟବଲ୍‌ କ୍ଲବ୍ ର ଚିଫ ଫାଇନାନ୍ସିଆଲ୍ ଅଫିସର ଅଜିତ ପଣ୍ଡା ମଧ୍ୟ ଆଜି ଏଠାରେ ମଞ୍ଚରେ ଥିଲେ ।