କଟକ ଜିଲ୍ଲା ନିଆଳି ଠାରେ ସିଭିଲ୍ କୋର୍ଟର ନୂତନ ଗୃହ ଶିଳାନ୍ୟାସ

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ଠାରେ ଏକ ସିଭିଲ କୋର୍ଟ ପ୍ରତିଷ୍ଠାର ନୂତନ ଗୃହ ନିର୍ମାଣ ଲାଗି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର କାର୍ଯକାରୀ ମୂଖ୍ୟ ବିଚାର ପତି ଜଷ୍ଟିସ ଡ଼ଃ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ନିଆଳି ମଝି ଖଣ୍ଡ ରାସ୍ତାର ଓଳଂଶ ଡେଙ୍ଗ ଠାରେ ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡଃ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ,

ଏବଂ ରେଜିଷ୍ଟାର ପ୍ରତାପ କୁମାର ପାତ୍ର ,ରେଜିଷ୍ଟାର୍ ଭିଜିଲାନ୍ସ,ଓ ଆଡ୍‌ମିନିଷ୍ଟ୍ରେସନ, ଅଖିଲ କୁମାର,ଜିଲା ଦୌରା ଜର୍ଜ, କଟକ ଜିଲାପାଳ ନରହରି ସେଠୀ, ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ଙ୍କ ସମେତ ନିଆଳ କୋର୍ଟ ବାର୍ ଆସୋସିଏସନର ସମସ୍ତ ଆଇନଜୀବୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।

ନିଆଳିରେ ସ୍ଥାୟୀ ସିଭିଲ କୋର୍ଟ ଗୃହ ନଥିବାରୁ ଲୋକେ ବିଭିନ୍ନ କେସ ନେଇ କଟକକୁ ଖର୍ଚ୍ଚାନ୍ତ ହୋଇ ଯାଉଥିଲେ । ନିଆଳିର ଏହି କୋର୍ଟ ପ୍ରତିଷ୍ଠା ନେଇ ନିଆଳି ନିର୍ବାଚନୀ ମଣ୍ଡଳର ସମସ୍ତ ଜନସାଧାରଣ ଏହାକୁ ସ୍ଵାଗତ କରିଛନ୍ତି । ନିଆଳିରେ ସ୍ଥାୟୀ କୋର୍ଟ ପ୍ରତିଷ୍ଠା ନେଇ ବହୁ ସମୟରେ ନିଆଳି ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା