ସର୍ବ ଭାରତୀୟ ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଦିବସ

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ,ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନରେ ଦ୍ଵିତୀୟ ଦିବସରେ ସର୍ବଭାରତୀୟ ଦଶପଲ୍ଲା କପ ଫୁଟବଲ ପ୍ରତିଯୋଗିତାରେ ଆଜି, ଏମ. ଜେ . ବି. ୟୁନାଇଟେଡ଼, ସରୋଜିନୀ ନଗର,

ନୂଆଦିଲ୍ଲୀ ଓ ଭଞ୍ଜନଗର ଫୁଟବଲ ଏକାଡେମୀ, ଭଞ୍ଜନଗର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳ ଅତ୍ୟନ୍ତ ଚିତ୍ତାକର୍ଷକ ଓ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ, ଆଜିର ଖେଳ ଶେଷସୁଦ୍ଧା କେହି କାହାକୁ ଗୋଲ୍ ଦେଇପାରି ନ ଥିଲେ । ଶେଷରେ ଟାଇ ବ୍ରେକର ସହାୟତାରେ ଏମ. ଜେ . ବି. ୟୁନାଇଟେଡ଼, ସରୋଜିନୀ ନଗର, ନୂଆଦିଲ୍ଲୀ ୪ ଟି ଗୋଲ ଦେଇଥିଲା ।

ଏହାର ପ୍ରତି ବଦଳରେ , ଭଞ୍ଜନଗର ଫୁଟବଲ ଏକାଡେମୀ, ଭଞ୍ଜନଗର ୩ ଟି ଗୋଲ ପରିଶୋଧ କରିଥିଲା । ଟ୍ରାଇବ୍ରେକର ସାହାଯ୍ୟରେ ୪/୩ ଗୋଲ ରେ ନୂଆଦିଲ୍ଲୀ ବିଜୟଲାଭ କରିଥିଲା । ରେଫରୀ ସୋପ୍ନେଶ୍ଵର କହଁର , ଲାଇନ୍ସ ରେ ପ୍ରତାପ ମୁଦୁଲି ଓ ରବୀନ୍ଦ୍ର ନାଥ ନାୟକ ଖେଳ ପରିଚାଳନା କରିଥିବା ବେଳେ, ଆଜିର ଅତିଥି ଭାବରେ ଦଶପଲ୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ ମୁକେଶ କୁମାର ବେହେରା ମହୋଦୟ ଉପସ୍ଥିତ ରହିଥିଲେ ।