ଉପସ୍ଥିତ ଭକ୍ତ ମାନଙ୍କ ଗୋମାତା  ସୁରକ୍ଷା ପାଇଁ ସଂକଳ୍ପ

ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ମହର୍ଷି ମହେଶ ଯୋଗୀଙ୍କ ୧0୫ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି |ଏଥିରେ ମହର୍ଷି ମହେଶ ଯୋଗୀଙ୍କ ପ୍ରତ୍ୟେକ୍ଷ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁମ୍ବାଇ ଶ୍ରୀଜ୍ଞାନେଶ୍ୱର ମଠ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ୧00୮ ମହାମଣ୍ଡଳେଶ୍ୱର ସ୍ୱାମୀ ଶଙ୍କରାନନ୍ଦ ସରସ୍ବତୀ ଜୀ ମୁଖ୍ୟ ଅତିଥି, ନେବଳ ଦାସ ମଠର ମହନ୍ତ ଡଃ ରାମ ଚରଣ ଦାସ ଜୀ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହର୍ଷିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ |

ଅଧ୍ୟକ୍ଷତା ଅଭିଭାଷଣରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା କହିଲେ ଭାରତ ର ବିଭିନ୍ନ ସ୍ଥାନରେ ବ୍ରାହ୍ମଣ ମାନଙ୍କ ବେଦ ପାଠ ତଥା ସବୁ ଜାତିର ପିଲାଙ୍କୁ ମହର୍ଷି ଟ୍ରେନଲେସନ, ମେଡ଼ିଟେସନ, ଭାବାତିତ ଧ୍ୟାନ କରାଇ ମଣିଷ ଜୀବନ କୁ ସୁଖ ଶାନ୍ତି ର ବାର୍ତ୍ତା ଦେଇଛନ୍ତି |ଭାରତ, ଫ୍ରାନ୍ସ, ଲଣ୍ଡନ, ହଲାଣ୍ଡ, ଇଉରୋପ, ଆମେରିକା ଇତ୍ୟାଦି ଦେଶ ମାନଙ୍କରେ ମହର୍ଷି ଙ୍କ ଅନୁଗାମୀ ଅଛନ୍ତି |ମହର୍ଷିଙ୍କ ଆଦର୍ଶ ରେ ବ୍ରାହ୍ମଣ ନିଜର ନୀତି ନିୟମ ମାନି ଚଳିଲେ ଭାରତ ବିଶ୍ୱ ଗୁରୁ ହୋଇ ପାରିବ ତାହା  ସନ୍ଦେହ ନାହିଁ |

ଉତ୍ସବ ସ୍ଥଳରେ ଗୁରୁ ପୂଜନ ଭୁବନେଶ୍ୱର ର ଦିଲୀପ ଖଣ୍ଡେଲୱାଲ, ହାଇଦ୍ରାବାଦ ର ରମେଶ କୁମାର ଫୁଫଲିୟା ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା |ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ୧00୮ ଗୋପାଳ ସହଶ୍ର ନାମ ଯଜ୍ଞ ଅନୁଷ୍ଠିତ ହେବା ସହ ଉପସ୍ଥିତ ଭକ୍ତ ମାନେ ଗୋମାତା ମାନଙ୍କ ସୁରକ୍ଷା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ |କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |