ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବରେ ରହି ଗଣମାଧ୍ୟମ ସାଧାରଣ ଜନତାଙ୍କ ସ୍ୱର ହେଉ

ବ୍ୟାସନଗର ପ୍ରେସ ଫୋରମର ସପ୍ତଦଶ ବାର୍ଷିକ ଉତ୍ସବ 

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବରେ ରହି ଗଣମାଧ୍ୟମ ପ୍ରତିନିଧିମାନେ ସାଧାରଣ ଜନତାଙ୍କ ସ୍ୱର ହେବା ଉଚିତ ବୋଲି ବ୍ୟାସନଗର ପ୍ରେସ ଫୋରମର ସପ୍ତଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବୁଧବାର ପୂର୍ବାହ୍ନରେ ବ୍ୟାସନଗର ପୌରପରିଷଦର ସନ୍ତରା ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଫୋରମର ବାର୍ଷିକ ଉତ୍ସବ ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟଅତିଥି ଭାବେ କୋରାଇର ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ସଠିକ ତଥ୍ୟ ଭିତିକ ସମ୍ବାଦ ପରିବେଶଣ କରିବା ସମସ୍ତ ସାମ୍ବାଦିକଙ୍କ ଧେୟ ହେବା ଉଚିତ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ମୁଖ୍ୟବକ୍ତା ଭାବେ ଓ’ଟିଭିର ବରିଷ୍ଠ ଉପସ୍ଥାପକ ଭବାନୀ ମହାପାତ୍ର ଯୋଗଦେଇ ନକରାତ୍ମକ ଖବରର ପ୍ରସାର ଖୁବ ଶିଘ୍ର ଆଦୃତି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଆଇଜି(ଆଇଟିବିପି) ସୁଧାଂଶୁ ଶେଖର ମିଶ୍ର, ସିନେଅଭିନେତ୍ରୀ ନୈନା ଦାଶତିୱାରୀ ଓ ସିନେଅଭିନେତା ପ୍ରୀତିରାଜ ଶତପଥୀ ପ୍ରମୁଖ ଯୋଗଦେଇ ସମାଜରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ଅଟେ; ସେମାନଙ୍କ ସମସ୍ୟା ଓ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେବା ଉଚିତ ବୋଲି ଆଲୋକପାତ କରିଥିଲେ । ଫୋରମର ସାଧାରଣ ସଂପାଦକ ମଳୟ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲା ବେଳେ ଉପସଭାପତି ଦୟାନିଧି ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଫୋରମର ମୁଖପତ୍ର ‘ବ୍ୟାସଜ୍ୟୋତ’କୁ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦନା ପାଇଁ ଶିକ୍ଷାବିତ୍ ପ୍ରାଧ୍ୟାପକ ଗୋକୁଳା ନନ୍ଦ ବଶ୍ବାଳ, ସାହିତ୍ୟିକ ଡା. ରୁଦ୍ରନାରାୟଣ ପୃଷ୍ଟି, ଚିକିତ୍ସାକ ଡା. ବିଭୁଦତ ମହାନ୍ତି, ଯୁବସମାଜସେବୀ ବନୋଜ କୁମାର ଜେନା, ପରିବେଶବିତ ଟୁଟୁ ମିଶ୍ର, ସାମ୍ବାଦିକ ରବି ନାରାୟଣ କର, ସିନେ ଅଭିନେତ୍ରୀ ନୈନା ଦାଶତିୱାରୀ ଓ ସିନେଅଭିନେତା ପ୍ରୀତିରାଜ ଶତପଥୀ,

ଯୁବକ୍ରିକେଟର ଅୟେଶ ପତି ଓ ଯୁବାକ୍ରୀଡାବିତ ଶିବାନୀ ମଲ୍ଲିକ, ସଫଳ ଉଦ୍ୟୋଗୀ ରାଜେଶ କୁମାର ଜୈନ ଓ ଯଶୋବନ୍ତ ଜିନ୍ଦଲ, ଖବର କାଗଜ ବିତରକ ପ୍ରଫୁଲ୍ଲ କୁମାର ସାହୁ ଏବଂ ‘ ବ୍ୟାସଜ୍ୟୋତି ମରଣୋତର ସମ୍ମାନ’ v ଅଶୋକ କୁମାର ସାମନ୍ତସିଂହାର ପ୍ରମୁଖ ୧୪ ଜଣ ପ୍ରତିଭାଙ୍କ ସମେତ ‘ଶିଳ୍ପ ନିରାପତା ସମ୍ମାନ’ ଜିନ୍ଦଲ ଷ୍ଟେନଲେସ୍ ଲି, ବରିଷ୍ଠ ନାଗରିକ ମଂଚ, ଯାଜପୁର ରୋଡ଼ ଓ ଯାଜପୁର ଜିଲା କିନ୍ନର ସଂଘ(ଶାନ୍ତ ସେନା) ଆଦି ୩ଟି ସଙ୍ଗଠନକୁ ଅତିଥିଙ୍କ ଦ୍ବାରା ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବର୍ଦ୍ଧନା ଉତ୍ସବକୁ କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ରୁଦ୍ରପ୍ରତାପ ପାଢୀ ଓ ପ୍ରହଲ୍ଲାଦ ଦେଓ ପ୍ରମୁଖ ପରିଚାଳନା କରିଥିଲା ବେଳେ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଜ୍ଞାନରଞ୍ଜନ ଓଝା, ସହସଂପାଦକ ଆଶୁତୋଷ ମହାନ୍ତି,

ପ୍ରମୋଦକୁମାର ପାତ୍ର,ଉପଦେଷ୍ଠା ଆଶୁତୋଷ ମିଶ୍ର, ଅସିତାନନ୍ଦ ବିଶ୍ବାଳ, କୁଞ୍ଜବିହାରୀ ମହାନ୍ତି, ଚିତରଞ୍ଜନ ବୋଇତାଇ, ଦୀପକ ଦାସ, ମାନସ ଆଏଚ, ଜିତେନ୍ଦ୍ର ରାଉତ, ପ୍ରକାଶ କୁମାର ସାହୁ, ସୁଶାନ୍ତ କୁମାର ଭୂୟାଁ, ଆଶିଷ ରାଉତ, ସଞ୍ଜୟ ସରକାର ପ୍ରମୁଖ ପରିଚାଳନଦାରେ ସହଯୋଗ କରିଥିଲା ବଳେ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ରାଜନୈତିକ ନେତୃବନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।