ସର୍ବ ଭାରତୀୟ ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ , ସ୍ପୋର୍ଟିଭ୍ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ଆଜିଠାରୁ ସର୍ବ ଭାରତୀୟ , ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ଆଜି ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ର ସହିତ ଦଶପଲ୍ଲା ର ଆରାଧ୍ୟଦେବ ଶ୍ରୀ ଶ୍ରୀ ମହାବୀରଙ୍କ ଲାଗିମାଳ ଓ ମସାଲ ଆସିବାପରେ , ରଂଗାରଂଗ କାର୍ଯ୍ୟକ୍ରମ ମଧ୍ୟରେ,ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ପଂଚାୟତ ସମିତି ଅଧ୍ୟକ୍ଷା, ସୁନନ୍ଦା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ପୁନମ୍ ପ୍ରୀୟଦର୍ଶିନୀ,

ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ । ଆଜିର ଉଦଘାଟନୀ ମ୍ୟଚ୍ ରେ ବିଡାନାସୀ କଟକ ଓ ଫୁଟବଲ୍ ଏକାଡେମୀ ଭଂଜନଗର ମଧ୍ୟରେ ଚିତ୍ତକର୍ଷକ ଖେଳ ଅନୁଷ୍ଠିତ ହୋଇଥିବାବେଳେ , ପ୍ରଥମାର୍ଧରେ କେହି କାହାକୁ ଗୋଲ୍ ଦେଇପାରି ନ ଥିଲେ । ଖେଳ ଶେଷସୁଦ୍ଧା ମଧ୍ୟ କେହି କାହାକୁ ଗୋଲ୍ ଦେଇପାରିନ ଥିବା ବେଳେ ଟାଇ ବ୍ରେକର୍ ସହାୟତାରେ ଭଂଜନଗର ଫୁଟବଲ ଏକାଡେମୀ ବିଜୟଲାଭ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବିଭିନ୍ନ ସ୍ଥାନରୁ ବଛାବଛା ଫୁଟବଲ୍ ଟିମ୍ ଭାଗ ନେବାର କାର୍ଯ୍ୟକ୍ରମ ରହିଥିବା ସ୍ପୋର୍ଟସ ସୋସାଇଟିର ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।