ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ବାପନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ନବୀନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଗଠନପାଲ୍ଲୀ ଠାରେ ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚର୍ଚା, ଯୋଗାସନ ଓ ଆୟୁର୍ବେଦର ବ୍ୟବହାର ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରାଯଇଥିଲା ‌।

ମନୁଷ୍ୟ ସମାଜ ଆଧୁନିକତାର ବଶବର୍ତ୍ତୀ ହୋଇ ଆଧୁନିକ ମେଡିସିନ ଗ୍ରହଣ କରୁଥିଲେ ମଧ୍ୟ ଆୟୁର୍ବେଦ ହିଁ ଏ ସମସ୍ତ ଚିକିତ୍ସା ଶାସ୍ତ୍ରର ଜନକ ବୋଲି ହୋମିଓପାଥି ଓ ଆୟୁର୍ବେଦ ଡାକ୍ଟର ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡାକ୍ତର ରଜତ ମଲ୍ଲିକ, ଡାକ୍ତର ହରିହର ସିଂ, ଡାକ୍ତର ଅନାମିକା ପ୍ରମୂଖ ଉପସ୍ଥିତ ଥିଲା ବେଳେ ନବୀନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।