ନୟାଗଡ଼ କପ୍ : ୩ ୟ ଦିବସରେ ହାଇଦ୍ରାବାଦ ୪.୩ ରେ ବିଜୟୀ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ “ନୟାଗଡ଼କପ’ ର ଆଜି ତୃତୀୟ ଦିବସରେ ଭାରତ ବର୍ଷର ଦୁଇ ଶକ୍ତିଶାଳୀ ଫୁଟବଲ୍‌ ଟିମ୍ ଅଟ ଲେରି ସେଣ୍ଟର – ହାଇଦ୍ରାବାଦ ଏବଂ ୟୁନାଇଟେଡ କ୍ଲବ୍ – ବରଗତ ପରସ୍ପରକୁ ଭେଟିଥିଲେ ।

ଖେଳ ପ୍ରଥମରୁ ସଂଘର୍ଶପୂର୍ଣ୍ଣ ହୋଇ ଥିଲା । ତେବେ ପ୍ରଥମାର୍ଦ୍ଧରେ ଦରଗଡ଼ ଦଳର ୯ ନମ୍ବର ଖେଳାଳି ଫକୁ ୪୩ ମିନିଟ ସମୟରେ ଗୋଟିଏ ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ ।ଶେଷରେ ହାଇଦ୍ରାବାଦ ୪.୩ ଗୋଲରେ ଡାଇଦେକର ଜରିଆରେ ଆଜିର ବିଜେତା ହୋଇ ଥିଲା ।

ବିଧାୟକ ତ ଅରୁଣ କୁମାର ସାହୁ ମଞ୍ଚଶିନ ଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି ରବୀନ୍ଦ୍ର କୁମାର ସାହୁ, ଅର୍ଜୁନ ପଣ୍ଡା ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି, ସମାଜସେବୀ ପ୍ରଦୋଷ ଜେନା, ଗିରିଶ ଚନ୍ଦ୍ର ଦାସ ( ବାଲେଶ୍ବର), ଯୁବ ସମାଜ ସେବୀ ତାପସ ରଂଜନ ପାଢ଼ୀ ପ୍ରମୁଖ ପତିଆ ମଧ୍ୟରେ ଖେଳାଳି ମାନଙ୍କ ସହ କର ମର୍ଦନ କରି ଥିଲେ ।

ମୁଖ୍ୟ ରେଫରୀ ଭାବେ ଆଶୀର୍ବାଦ କାନୁନଗୋ ଖେଳ ପରିଚାଳନା କରିଥିଲେ ଏବଂ ଶଶିକାନ୍ତ ଦାସିଆ,ଦେବରାଜ ସ୍ମାଇଁ ଓ ପ୍ରସନ୍ନ ନାୟକ ପ୍ରମୁଖ ତାଙ୍କୁ ସହାୟତା କରିଥିଲେ | ଶେଖ୍ ୟୁସୁଫ ହଜରତ ଅଲ୍ଲୀ ଖାଁ, ଏକ ଆର ଟୁଟୁ, ଅନ୍ନର ଅଲ୍ଲୀ, ଶେଖ ନୈମୁ, ସାରିଫ ଖାଁ ପ୍ରମୁଖ ସମସ୍ତ ବିଷୟ ତଦାରଖ କରିଥିଲେ |

ଆସନ୍ତା କାଲି ଏଠାରେ ସିଲିଗୁଡ଼ି ଓ ସୁନାବେଡ଼ା ମଧ୍ୟରେ ୪ ର୍ଥ ଦିବସର ଖେଳ ଅନୁଷ୍ଠିତ ହେବ । ପଡିଆ ଚାରିପଟେ ଆଜି ଦର୍ଶକଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇଥିଲା । ଦର୍ଶକ ମଧ୍ୟ ଖେଳକୁ ବେଶ୍ ଉପଭୋଗ କରୁ ଥିଲୋ

ଖେଳର ଶେଷ ମୁହୂର୍କରେ ହାଇଦ୍ରାବାଦ ଦଳର ୮ ନମ୍ବର ଖେଳାଳି ଅତୁଲ ଗୋଲ ମାରି ଫଳାଫଳକୁ ବରାବର କରିଥିଲେ ଧାରା ବିବରଣୀ ପ୍ରଚାର କରିଥିଲେ ଶେଖ୍ ଅବଦୁଲ ଖଳିକ୍ ଓ ପ୍ରଫେସର ଆଶୁତୋଷ ମିଶ୍ର। ବରଗଡ଼ ଦଳର ୧୨ ନଂ ଖେଳାଳି କୁନାଲ ଛତ୍ରୀ ଙ୍କୁ ମ୍ୟାନ ଅଫ୍ ଦୀ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା ।