ରାଇରଙ୍ଗପୁର ଉପକାରାଗାର ରୁ କଏଦୀ ଫେରାର

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ରାଇରଙ୍ଗପୁର କଏଦୀ ଫେରାର ଘଟଣାରେ ଜେଲ କର୍ମଚାରୀ ଓ ଟାଉନ ପୋଲିସ ର ନିଦ ହଜିଯାଇଛି , ସୂଚନା ଅନୁଯାଇ ଫେରାର କଏଦୀ ବିଶୋଇ ଅଂଚଳର ହତ୍ୟା ଅଭିଯୋଗରେ ୨୦୧୫ ରୁ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଛୋଟୁ ଲୋହାର ଜେଲ କାରାଗାରର ମୁଖ୍ୟ ଦୁଆର ଦେଇ ଚମ୍ପଟ ମାରିବା ସହଜରେ ଜନସାଧାରଣ ଗ୍ରହଣ କରିପାରୁ ନାହାଁନ୍ତି । ଜେଲ କର୍ମଚାରୀଙ୍କୁ କିପରି ଚକମା ଦେଇ ଖସି ପଳାଯାଇଛି ତାହା ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

ଉପ କାରାଗାର ଅଧିକାରୀ ପ୍ରକାଶ କରିଛନ୍ତି କି ସେ ଜଣେ କର୍ମଠ ଓ ବିଶ୍ବସ୍ତ କୟଦୀ ହିସାବରେ ଦକ୍ଷତା ପ୍ରଦର୍ଶନ କରି ସମସ୍ତ ଜେଲ କର୍ମଚାରୀଙ୍କ ବିଶ୍ବସ୍ତ ହୋଇପାରିଥିଲା । କିନ୍ତୁ କେଉଁ ପରିସ୍ଥିତିରେ ସେ ଏଭଳି କାର୍ଯ୍ୟ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଏବଂ ଜେଲ କର୍ମଚାରୀ ଚାରି ଆଡକୁ ସୂଚନା ଦେବା ସହ ତିକ୍ଷଣ ନଜର ରଖିଛନ୍ତି । ବର୍ତ୍ତମାନ ସୁଧା ଆସାମୀର କୌଣସୀ ଟେର ମିଳୁ ନାହିଁ ।

ଘଟଣାକୁ ନେଇ ଜେଲ କର୍ମଚାରୀ ରାଇରଙ୍ଗପୁର ଟାଉନ ଥାନା ରେ ଫେରାର କଏଦୀ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ରାଇରଙ୍ଗପୁର ଟାଉନ ପୋଲିସ କେସ୍ ନଂ ୮୵୨୪ ମାମଲା ରୁଜୁ କରି କଏଦୀ ର ଗାଁ ବିଶୋଇ ଥାନା ଅନ୍ତର୍ଗତ ବୁଡାମରା ଓ ଝାଡ଼ଖଣ୍ଡ ଅଞ୍ଚଳ ରେ ଖୋଜାଖୋଜି ଚାଲିଛି ବୋଲି ଟାଉନ ପୁଲିସ ଅଧିକାରୀ ରୋଜାଲିନ ବେହେରା ପ୍ରକାଶ କରିଥିଲେ ।