ମାହାଙ୍ଗା ପ୍ରାଥମିକ ସମବାୟ ସମିତି ର ଧାନ ମଣ୍ଡି ଉଦ୍ଘାଟିତ

୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ସମବାୟ ସମିତି ର ଆର୍ଥିକ ବର୍ଷ ନିମନ୍ତେ ଚାଷୀ ମାନଙ୍କ ଠାରୁ ଧାନ ଗ୍ରହଣ କରି ଧାନ ମଣ୍ଡି ର ଶୁଭ ଉଦ୍ଘାଟନ କରାଯାଇଛି । ମଣ୍ଡି ର ସଭାପତି ରଜନୀ କାନ୍ତ ପରିଡ଼ା ଓ ସମ୍ପାଦକ ଶରତ କୁମାର ଜେନା ଦ୍ୟୋୟ ମିଶି ବ୍ରାହ୍ମଣ ଙ୍କୁ ଡାକି ବିଧି ମୂତାପକ ପୂଜାର୍ଚ୍ଚନା ମଧ୍ଯ କରା ଯାଇଥିଲା । ପୂର୍ବତନ ମନ୍ତ୍ରୀ ମାନ୍ୟବର ଜନପ୍ରିୟ ବିଧାୟକ ଙ୍କ ନିର୍ଦ୍ଦେଶ ସମସ୍ତ ଚାଷୀ ଭାଇ ମାନେ ମଣ୍ଡି ରେ ଧାନ ଦେଲା ବେଳେ କୌଣସି ଅସୁବିଧା ରେ ସମ୍ମୁଖୀନ ନ ହୁଅନ୍ତୁ। ସୁବିଧା ରେ ଧାନ ଦିଅନ୍ତୁ ।

ଏ ବର୍ଷ ମଣ୍ଡି ରେ ୫୯୬ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ଅଜି ଦିନ -୧୦ ଘଟିକା ସମୟରେ ଶୁଭାରମ୍ଭ ହୋଇଥିଲା । ଏଠାରେ ଉପସ୍ଥିତ ଥିଲେ ମାହାଙ୍ଗା ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଙ୍କ ପ୍ରତିନିଧି ତ୍ରିନାଥ ଜେନା , ସମବାୟ ସମିତି ର ସଭାପତି ରଜନୀକାନ୍ତ ପରିଡ଼ା , ମାହାଙ୍ଗା ପଞ୍ଚାୟତ ର ସରପଞ୍ଚ ବେବିନା ଜେନା , ଚାହାପଡା ସରପଞ୍ଚ ସୁନାକର ବେହେରା ,

ପଲ୍ଲୀସାହି ସମିତି ସଭ୍ୟ ଦୀପକ ରଂଜନ ଦାସ , ଉପସଭାପତି ରଶ୍ମିତା ଭୋଇ , R N C- ସହଦେବ ଦାସ , ମିଲର ଜୟ ଲକ୍ଷ୍ମୀ , ପୂର୍ବତନ ସଭାପତି କୃଷକ ସଭ୍ୟ ତପନ କୁମାର ସିଂହ , ଯୋଗେଶ ମହାନ୍ତି , କୃଷକ ସଭ୍ୟ ପ୍ରଦୀପ୍ତ ବିଶ୍ଵାଳ , କୃଷକ ସଭ୍ୟ ଅଜୟ ବାରିକ , କୃଷକ ସଭ୍ୟ ଜଗନ୍ନାଥ ମହାନ୍ତି , ବୈଷ୍ଣବ ଚରଣ ଲେଙ୍କା,ସ୍ଵୟଂ ସହାୟକ ଗୋଷ୍ଠୀ ଓ ବହୁ ଚାଷୀ ମାନେ ବି ଉପସ୍ଥିତ ଥିଲେ ।